-
ସୁନା ରୂପା ପିଚକାରୀରେ ଖେଳିଲେ ହୋଲି, ଝୁମିଉଠିଲେ ଶ୍ରଦ୍ଧାଳୁ
ମଥୁରା, ରଙ୍ଗଭରନୀ ଏକାଦଶୀରେ ଭଗବାନ ଦ୍ୱାରକାଧୀଶ ମହାରାଜ ବୁଧବାର କୁଂଜରେ ହୋଲି ଖେଳିଛନ୍ତି । ସୁନା ଚାନ୍ଦି ପିଚକାରୀରେ ହୋଇଥିଲା ରଙ୍ଗ ବର୍ଷା । ଆତ୍ମବିଭୋର ହୋଇ ଝୁମି ଉଠିଥିଲେ ଶ୍ରଦ୍ଧାଳୁ । ଅବିର-ଫଗୁରେ ମନ୍ଦିର ପରିସର ରଙ୍ଗୀନ ହୋଇପଡିଥିଲା । ଭଗବାନଙ୍କ ଭକ୍ତିରେ ରଙ୍ଗିଯାଇଥିଲେ ଶ୍ରଦ୍ଧାଳୁ ।
ବସନ୍ତ ପଂଚମୀଠାରୁ ଦ୍ୱାରକାଧୀଶ ମନ୍ଦିରରେ ହୋଲିର ଖୁସି ଛାଇ ରହିଛି । ହୋଲିକାଷ୍ଟକ ଲାଗିବା ପରେ ଶ୍ରଦ୍ଧାଳୁଙ୍କ ଉପରେ ସୁନା ଚାନ୍ଦି ପିଚକାରୀରେ ଟେସୁ ଫୁଲର ରଙ୍ଗବର୍ଷା କରାଯାଇଛି । ଆଜି ରଙ୍ଗଭରନୀ ଏକଦଶୀରେ ରାଜଭୋଗ ଦର୍ଶନରେ ସକାଳ 10ଟାରୁ 11ଯାଏ ହୋଲି ଖେଳିବାକୁ ଠାକୁର କୁଂଜକୁ ଆସିଥିଲେ । ସେବାୟତମାନେ ଅବିର-ଫଗୁ ଓ ରଙ୍ଗ ବର୍ଷା କରିଥିଲେ ।