ନୂଆଦିଲ୍ଲୀ, ତିହାର ଜେଲରେ ଗୁପ୍ତ ଭାବେ ଫୋନ ଜରିଆରେ ଗ୍ୟାଙ୍ଗ ଚଳାଉଥିବା ବଦମାସ ହେବେ ସାବାଡ୍ । ଜେଲ ଭିତରେ ମୋବାଇଲ ଫୋନର ବ୍ୟବହାର ରୋକିବା ପାଇଁ 6ଟି ନୂଆ ସ୍ଥାନରେ 15ଟି ଜାମର ଲଗାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ଜେଲ ସୂତ୍ରରୁ ଜଣାପଡିଛି ଯେ, 11.5 କୋଟି ବ୍ୟୟରେ ଏହି ପ୍ରକଳ୍ପ ଜରିଆରେ ଜେଲରେ 2ଜି, 3ଜି ଓ 4ଜି ନେଟୱର୍କ ବିଶିଷ୍ଟ ସମସ୍ତ ପ୍ରକାର ଫୋନର ସିଗନାଲ ଜାମ କରିବାକୁ ସହଯୋଗ ମିଳିବ ।
ଅଧିକାରୀଙ୍କ ମୁତାବକ 15 ଜାମର ଏବେ ଲାଗିଥିବା 3 ଜାମରରୁ ଅତିରିକ୍ତ ଅଟେ । ଜାମର ଲାଗିବା ପରେ ଜେଲରୁ ମୋବାଇଲରେ କଥା ହେବା କଷ୍ଟକର ହେବ । ଜାମର ଲାଗିବା ପରେ କଏଦୀମାନେ ରଖିଥିବା ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ । ଏଥିପାଇଁ ଦୁଇମାସ ପୂର୍ବରୁ କାମ ଆରମ୍ଭ ହୋଇଛି ଏବଂ ଚଳିତ ମାସ ଶେଷ ସୁଦ୍ଧା କାମ ଶେଷ ହେବ ।