ରାଂଚି, ଝାରଖଣ୍ଡ ହାଇକୋର୍ଟରେ ମାନହାନି ମାମଲାରେ ଚାଇବାସା ସ୍ଥିତ ଏମପି-ଏମଏଲଏ ସ୍ୱତନ୍ତ୍ର କୋର୍ଟ ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଫେବୃୟାରୀ 27ରେ ଜାରି ଜାମିନ ବିହୀନ ୱାରେଂଟକୁ ଚ୍ୟାଲେଂଜ କରି ହୋଇଥିବା ପିଟିସନ ଉପରେ ବୁଧବାର ଶୁଣାଣି ହୋଇଛି ।
ମାମଲାରେ ହାଇକୋର୍ଟ ରାହୁଲ ଗାନ୍ଧିଙ୍କ ବିରୁଦ୍ଧ ଚାଇବାସା ଏମପି-ଏମଏଲଏ କୋର୍ଟ ଦ୍ୱାରା ଜାରି ଜାମିନ ବିହିନ ୱାରେଂଟକୁ ,କ ମାସ ପାଇଁ ସର୍ତ୍ତ ସହିତ ସ୍ଥଗିତ ରଖିଛନ୍ତି । ଏହା ସହିତ ରାହୁଲ ଗାନ୍ଧିଙ୍କୁ ଟ୍ରାଏଲର ସମ୍ମୁଖୀନ ହେବାକୁ ଆଇନ ସମ୍ମତ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ରାହୁଲ ଗାନ୍ଧିଙ୍କ ପିଟିସନକୁ ନିଷ୍ପାଦିତ କରିଦେଇଛନ୍ତି ।