ନୂଆଦିଲ୍ଲୀ, ସଂଘ କାର୍ଯ୍ୟକର୍ତା ଶ୍ରୀନିବାସନଙ୍କ ହତ୍ୟା ମାମଲାରେ ଫେରାର ରହିଥିବା ପ୍ରତିବନ୍ଧିତ ସଂଗଠନ ପିଏଫଆଇର ଜଣେ ସଦସ୍ୟକୁ ଏନଆଇଏ କୋଲାମରୁ ଗିରଫ କରିଛି ।
ମଙ୍ଗଳବାର ଦିନ ଏନଆଇଏ ଏକ ବକ୍ତବ୍ୟ ଜାରୀ କରି କହିଛି ଯେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶାଫିକକୁ ସୋମବାର କେରଳର କୋଲାମ ଜିଲ୍ଲାରୁ ଗିରଫ କରାଯାଇଛି। ଏପ୍ରିଲ୍ 16, 2022 ରେ ପାଲକ୍କଡରେ ଶ୍ରୀନିବାସନଙ୍କ ହତ୍ୟା ପରେ ଶାଫିକ୍ ଫେରାର ହୋଇଯାଇଥିଲା ।