ରାଂଚି– ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ତେଲେଙ୍ଗାନା ରାଜ୍ୟ ଏବଂ କେନ୍ଦ୍ରଶାସିତ ପୁଡୁଚେରୀର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି । ଏହି ଦୁଇଟି ସ୍ଥାନରେ ନିୟମିତ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିବା ପାଇଁ ରାଷ୍ଟ୍ରପତି ତାଙ୍କୁ ନିଯୁକ୍ତି ଦେଇଛନ୍ତି ।
ରାଷ୍ଟ୍ରପତି ଭବନ ପକ୍ଷରୁ ମଙ୍ଗଳବାର ଏକ ବୟାନରେ କୁହାଯାଇଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତେଲେଙ୍ଗାନାର ରାଜ୍ୟପାଳ ତମିଲିସାଇ ସୌନ୍ଦର୍ଯରାଜନଙ୍କ ଇସ୍ତଫା ସ୍ଵୀକାର କରିଛନ୍ତି । ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, ନିୟମିତ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ନିଜର କର୍ତବ୍ୟ ବ୍ୟତୀତ ତେଲେଙ୍ଗାନାର ରାଜ୍ୟପାଳ ଏବଂ କେନ୍ଦ୍ରଶାସିତ ପୁଡୁଚେରୀର ଉପରାଜ୍ୟପାଳ ଦାୟିତ୍ଵ ନିର୍ବାହ କରିବା ନେଇ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ।