ଭୁବନେଶ୍ଵର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ଯାଜପୁର ଜିଲ୍ଲାର ଯାଜପୁରରେ ସର୍ବାଧିକ ୬୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ୪୬.୦ ମି.ମି., ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ୩୪.୦ ମି.ମି., ଯାଜପୁର ଜିଲ୍ଲାର ବରୀରେ ୩୧.୦, ସମ୍ବଲପୁର ଜିଲ୍ଲାର ହୀରାକୁଦରେ ୩୦.୬, କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ୨୮.୦, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ୨୭.୦, ସମ୍ବଲପୁର ଜିଲ୍ଲାର ବୁର୍ଲାରେ ୨୬.୪, ଗଜପତି ଜିଲ୍ଲାର ଗୋଷାଣି ୨୬.୦ ଏବଂ ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଳରେ ୨୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।