
ଧର୍ମଶାଳା- ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ସରକାରୀ ବାସଭବନରୁ ଜଣେ ଯୁବକ ନିଖୋଜ ହେବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଯାଜପୁର ସଦର ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ଅରୁଣ କୁମାର ନାୟକ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର କିରାଣୀ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ରହୁଥିବା ସରକାରୀ ବାସଗୃହରୁ ତାଙ୍କର ୨୯ ବର୍ଷୀୟ ପୁଅ ବିଶ୍ୱ ରଂଜନ ସେମାବାର ଦିନ କୁଆଡେ ଚାଲି ଯାଇଛନ୍ତି । ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଘରେ ପୁଅ ନ ଥିବାରୁ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି । ସରକାରୀ ବାସଭବନରୁ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।