ଧର୍ମଶାଳା– ଯାଜପୁର ଜିଲା ବଡଚଣା ବ୍ଲକର ଛତିଆ ରାଜଦଳ ମିଳନ ମହୋତ୍ସବ ପ୍ରସିଦ୍ଧ ଲାଭ କରିଛି । ଏହିକ୍ରମରେ ମିଳନ ମହୋତ୍ସବ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳା ଉଦଘାଟିତ ହୋଇଯାଇଛି । ମହୋତ୍ସବର ବର୍ଷୀୟାନ ମୁରବୀ କପିଳ ଚରଣ ପୃଷ୍ଟି ଏହି ମେଳାକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ୧୪ ଗୋଟି ଜିଲାର ୧୨୦ ଜଣ କାରିଗର ଓ ବୁଣାକାର ଯୋଗଦେଇଥିବା ବେଳେ ୮୦ ଗୋଟି ପ୍ରଦର୍ଶନୀ ହସ୍ତଶିଳ୍ପ କାରିଗରୀଙ୍କୁ ଦେଖିବାକୁ ମିଳିଛି । ଏହି ମହୋତ୍ସବରେ ଜିଲା ହସ୍ତଶିଳ୍ପ ସରକାରୀ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ମହାନ୍ତି,ଜିଲା ହସ୍ତଶିଳ୍ପ ଅଧିକାରୀ କମଳ ଲୋଚନ ସାହୁ,କଲେୟାନ ଟୁଡୁ,ସୁଭ୍ରାଶୁଂ ଶେଖର ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ମହୋତ୍ସବରେ ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟବସାୟୀକ କାରବାର ହେବା ଲକ୍ଷ୍ୟ ରହିଛି । ଏହି ମହୋତ୍ସବ ମାର୍ଚ୍ଚ ୨୦ ତାରିଖ ଦିନ ଉଦଯାପିତ ହେବ ବୋଲି ଜିଲା ସହକାରୀ ନିର୍ଦ୍ଧେଶକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।
Related Stories
November 21, 2024
November 21, 2024