ଧର୍ମଶାଳା,ଗ୍ରାମାଚଂଳର ଉନ୍ନତି କରଣ ନିମନ୍ତେ ବହୁ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ଅନ୍ୟ ପକ୍ଷେ ରୂପାନ୍ତରିକରଣରେ ମଠ ମନ୍ଦିରର ବିକାଶ କାର୍ଯ୍ୟ କରାଯାଉଥିବା ବେଳେ ଗ୍ରାମାଚଂଚଳ ମୁଖ୍ୟ ରାସ୍ତା ପ୍ରତି କାହାରି ଆନ୍ତରିକତା ନ ଥିବା ପରି ମନେ ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ଗ୍ରାମ୍ର ଉନ୍ନୟନ ବିଭାଗ ବ୍ରହ୍ମବରଦା-ବନ୍ଧଡିହ ମୁଖ୍ୟ ରାସ୍ତା କ୍ଷେତ୍ରରେ । ଦୀର୍ଘ ଦିନ ହେବ ସ୍ଥାୟୀ ମରାମତି ଅଭାବରୁ ସ୍ଥାନୀୟ ଜନସାଧାରଣ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ଦିନ ପୂର୍ବରେ ବ୍ରହ୍ମବରଦାଠାରୁ ବନ୍ଧଡିହ ୪ କିମି ରାସ୍ତା ମରାମତି ପାଇଁ ପିଚୁ ରାସ୍ତା ନିମାଁଣ କରାଯାଇଥିଲା । ହେଲେ ଏହାର ସ୍ଥାୟୀ ରକ୍ଷଣାବେକ୍ଷଣ ଅଭାବରୁ ଏହା ଶୋଚନୀୟ ହୋଇପଡିଛି । ବହୁ ସ୍ଥାନରେ ଖାଲଖମା ସହ ପିଚୁ ଉଠି ଟାଇଛି । ଫଳରେ ସ୍ଥାନୀୟ ୧୦ ଗୋଟି ପଂଚାୟତର ଏହା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଯାତାୟତ କରୁଥିବା ଶହଶଡ ପଥଚାରୀ,ସାଇକେଲ ଓ ମଟରସାଇକେଲ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି । ଏନେଇ ବହୁ ଦାବି ପରେ ୨୦୨୩ ଆର୍ଥୀକ ବର୍ଷରେ ପ୍ରଥମାଖଣ୍ଡି-ବନ୍ଧଡିହ ରାସ୍ତାର ଉନ୍ନତିକରଣ ନିମନ୍ତେ ଟେଣ୍ଡର ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରଥମାଖଣ୍ଡିଠାରୁ ଅର୍ଥଙ୍ଗା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ସରିଯାଇଥିବା ବେଳେ ବ୍ରହ୍ମବରଦାଠାରୁ ବନ୍ଧଡିହ ରାସ୍ତା ସମ୍ପ୍ରସାରଣ ଓ ମରାମତି ପାଇଁ କାମ ଆରମ୍ଭ ହୋଇ ନ ଥିବା ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ସାଧାରଣ ନିର୍ବାଚନରେ ଉଚିତ ଜବାବ ଦିଆଯିବା ସହ ନିକଟ ଭବିଷ୍ୟରେ ଏକ ଜନ ଆନ୍ଦୋଳନ କରାଯିବ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି ।
Related Stories
November 21, 2024
November 21, 2024