ଭୁବନେଶ୍ବର, ଆବଶ୍ୟକତା ନାହିଁ କି କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବାକୁ ହେଲେ ବିଜେଡିର ସହଯୋଗ ଆବଶ୍ୟକ ପଡ଼ିନପାରେ। ତେବେ ଦୁଇଟି ଦଳ ନିଜ ନିଜ ସ୍ଥାନରେ ମଜବୁତ ଅଛନ୍ତି। ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି। ଏହା କହିଛନ୍ତି ବିଜେଡି ନେତା ଭି. କାର୍ତିକେୟନ ପାଂଡିଆନ ।
ଏକ ଟେଲିଭିଜନ ଚ୍ୟାନେଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ସେ ଏହା କହିଛନ୍ତି ।
ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟେଟସମ୍ୟାନ ବୋଲି ସେ ହିଛନ୍ତି ପାଣ୍ଡିଆନ୍। ରାଜନୀତିକୁ ଛାଡ଼ି ଦୁଇ ଜଣ ଭଲ ବନ୍ଧୁ ବୋଲି ସେ କହିଛନ୍ତି। ମେଣ୍ଟ ବାବଦରେ ସେ କେବଳ କହିଛନ୍ତି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି। କିନ୍ତୁ ହେବ କି ନାହିଁ ସ୍ପଷ୍ଟ କରିନାହାନ୍ତି।