ଭୁବନେଶ୍ୱର– ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରାଜ୍ୟର 147 ବିଧାନସଭା ଆସନ ଓ 21ଟି ଲୋକସଭା ଆସନରେ ଲଢିବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପୂର୍ବତନ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ । ସାମ୍ବାଦିକ ମାନଙ୍କର ଏ ସମ୍ପର୍କିତ ପ୍ରଶ୍ନର ଉତର ଦେଇ ଶ୍ରୀ ନାଏକ ଏହା କହିଛନ୍ତି ।
ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ସେ କହିଛନ୍ତି ଯେ, ମେଣ୍ଟ ନିଷ୍ପତ୍ତି ରାଜ୍ୟ ଶାଖା କରିପାରିବ ନାହିଁ, କେନ୍ଦ୍ର ୟୁନିଟ୍ କରି ପାରିବ । ଏ ସମ୍ପର୍କରେ କୌଣସି ନିଷ୍ପତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତି ନେଇ ପାରିବେ । ସେମାନେ ଚାହିଁଲେ ହିଁ ମେଣ୍ଟ ହୋଇପାରିବ ।
ସେ କହିଛନ୍ତି ଯେ ବିଜେପି ସମସ୍ତ ଆସନରେ ଲଢିବାକୁ ପ୍ରସ୍ତୁତ ଅଛି । ସେଥିପାଇଁ ଗାଁକୁ ଚାଲ, ବୁଥକୁ ଚାଲ ଭଳି ଅଭିଯାନ କରୁଛି ଦଳ ।