ବଲାଙ୍ଗିର – ବଲାଙ୍ଗୀର ପାରାଡାଇଜ୍ ଜୁଏଲେରୀରୁ ୧ଲକ୍ଷ ୬୪ ହଜାର ୪ଶହ ଟଙ୍କାର ସୁନା କିଣି ଚେକ୍ ପ୍ରଦାନରେ ଜାଣିଶୁଣି ଠକାମୀ କରିଥିବା ଦୋଷରେ ଜନୈକ କ୍ରେତା ବାବୁଲାଲ ମେହେରଙ୍କୁ ଦଫା ଦଫା ୧୩୮ ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟରେ ବଲାଙ୍ଗୀର ଜେଏମ୍ଏଫ୍ସି କୋର୍ଟ ୨ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ବଲାଙ୍ଗୀର ମାନ୍ୟବର ଜେଏମ୍ଏଫ୍ସି କୋର୍ଟ ରେ ଏହି ଗୁରୁତ୍ୱପୁର୍ଣ୍ଣ କେସ୍ ର ରାୟ ପ୍ରକାଶ ପାଇଛି ।
ସୂଚନାରୁ ପ୍ରକାଶ ଯେ, ଗତ ୨ଠ୨୧ ଜାନୁୟାରୀ ୨୨ ତାରିଖରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ସମ୍ମୁଖସ୍ଥ ପିଏଚଡି ଅଫିସରରେ କାର୍ଯ୍ୟରତ କର୍ମଚାରୀ ବାବୁଲାଲ ମେହେର ବଲାଙ୍ଗୀର ରମାଇ ଟକିଜ୍ ରୋଡ ସ୍ଥିତ ପାରାଡାଇଜ୍ ଜୁଏଲେରୀରୁ ୧ଲକ୍ଷ ୬୪ହଜାର ୪ଶହ ଟଙ୍କାର ସୁନା ଗହଣା କିଣିଥିଲେ । ସୁନାର ମୋଟ ଟଙ୍କା ରୁ ଶ୍ରୀ ମେହେର ୫ଠ ହଜାର ୪ଶହ ଟଙ୍କା ପ୍ରଦାନ କରି ୬ ମାସ ଭିତରେ ବକେୟା ଟଙ୍କା ୧ ଲକ୍ଷ ୧୪ହଜାର ଟଙ୍କା ଚେକ୍ ଆକାରରେ ପ୍ରଦାନ କରିବାକୁ କହିଥିଲେ । ଶ୍ରୀ ମେହେରଙ୍କ ସାଙ୍ଗରେ ଆସିଥିବା ତାଙ୍କ ବନ୍ଧୁ ବଲାଙ୍ଗୀର ଆହ୍ଲାବାଦ ବ୍ୟାଙ୍କ କର୍ମଚାରୀ ଦିଗାମ୍ବର ମେହେର ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଚେକ୍ ଆକାରରେ ସମସ୍ତ ଟଙ୍କା ଫେରସ୍ତ କରିବାକୁ ଦୋକାନ ମାଲିକଙ୍କୁ କଥା ଦେଇଥିଲେ । ଯେହେତୁ ପରାଡାଇଜ୍ ଜୁଏଲେରୀର ସମସ୍ତ ଟଙ୍କା ଲେଣଦେଣ କାରବାର ଆଲହାବାଦ ବେଙ୍କରେ ପରିଚାଳିତ ହେଉଥିଲା, ଦିଗାମ୍ବର ମେହେରଙ୍କୁ ଜୁଏଲେରୀ ଦୋକାନର ମାଲିକ ଭଲ ଭାବରେ ଜାଣିଥିଲେ ତେଣୁ ବନ୍ଧୁତ୍ୱ ଓ ବିଶ୍ୱାସ ଆଧାରରେ ଜୁଏଲେରୀ ଦୋକାନର ମାଲିକ ସଂଜୀବ କୁମାର ବରେଇ ତାଙ୍କୁ ଉଧାରୀ ସୂତ୍ରରେ ସୁନା ଗହଣା ଦେବାକୁ ରାଜି ହୋଇଥିଲେ । ଗତ ୨୦୨୧ ଜୁଲାଇ ୨ ତାରିଖରେ ସୁନା କିଣିଥିବା ଶ୍ରୀ ମେହେର ଗହଣା ଦୋକାନକୁ ଯାଇ ୫୭ ହଜାର ଟଙ୍କାର ଏକ ଚେକ୍ (ନଂ ୪୨୧୪୭୧) ପ୍ରଦାନ କରିଥିଲେ । ଠିକ୍ ସେହି ଦିନ କ୍ରେତା ଜଣକ ୫୭ହଜାର ଟଙ୍କାର ଆଉ ଏକ ପୋଷ୍ଟ ଡେଟେଡ ଚେକ୍ ପ୍ରଦାନ କରିଥିଲେ । ତେବେ ବ୍ୟାଙ୍କରେ ଚେକ୍ ଡିପୋଜିଟ କଲା ବେଳେ ଇନ୍ସଫିସିଏଣ୍ଟ ଫଣ୍ଡସ ଯୋଗୁଁ ଦୁଇ ଟି ଯାକ ଚେକ୍ ବାଉନ୍ସ ହୋଇଥିବା ଜଣାପଡିଥିଲା । ଏ ସଂପର୍କରେ ଜୁଏଲେରୀ ଦୋକାନର ମାଲିକ କ୍ରେତାଙ୍କୁ ଜଣାଇଥିଲେ । କ୍ରେତା ଜଣକ ଦୋକାନୀ ଙ୍କ କଥା ଶୁଣି ନଥିଲେ l ଠକାମୀର ଶୀକାର ହୋଇଥିବା ଜାଣିବାକୁ ପାଇବା ପରେ ଗହଣା ଦୋକାନର ମାଲିକ ଶ୍ରୀ ମେହେରଙ୍କୁ ଡିମାଣ୍ଡ ନୋଟିସ ଜରିଆରେ ବାରମ୍ବାର ବକେୟା ଟଙ୍କା ଦେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେ ଦିନ ଗଡ଼ାଇ ଚାଲିଥିଲେ । ଶେଷରେ କୌଣସି ଉପାୟ ନ ପାଇ ଅଭିଯୋଗକାରୀ ସୁନା ଗହଣା ଦୋକାନ ମାଲିକ କୋର୍ଟର ଆଶ୍ରୟ ନେଇଥିଲେ । ମାନ୍ୟବର ଜେ ଏମ୍ ଏଫ୍ ସି କୋର୍ଟ ଆଇ.ସି.ସି କେସ୍ ନଂ ୫ଠ /୨ଠ୨୧ ଅନୁସାରେ ସମସ୍ତ ସାକ୍ଷୀ ଓ କାଗଜପତ୍ରକୁ ଭିତ୍ତି କରି ଦଫା ୧୩୮-ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ(ଏନ୍ ଆଇ ଆକ୍ଟ) ରେ କ୍ରେତା ବାବୁଲାଲ ମେହେରଙ୍କୁ ଗୋଟିଏ ମାସ ଭିତରେ ବକେୟା ଟଙ୍କା ୧ଲକ୍ଷ ୪୯ ହଜାର ୯ଶହ ୧ଠ ଟଙ୍କା ପ୍ରଦାନ କରିବା ସହ ଅନାଦେୟ ଦୁଇ ବର୍ଷର ଜେଲ ଦଣ୍ଡଦେଶ ଶୁଣଇଇଛନ୍ତି ।