ଘଟଗାଁ– ଯଶ କିର୍ତି ଅର୍ଜନ କରିଥିବା ମଣିଷର ମୃତ୍ୟୁ ନାହିଁ ବରଂ କର୍ମ ପ୍ରବଣ ମଣିଷକୁ ଅନ୍ୟମାନେ ଅନୁକରଣ କରନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତଥା ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦର ପ୍ରାକ୍ତନ ସଭାପତି ସ୍ଵର୍ଗତ ମହେଶ୍ଵର ମିଶ୍ରଙ୍କର ସାଇକଲୋନୀ ସ୍ଥିତ ବାସଭବନରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟ ପୂଜା ସାଂସ୍କୃତିକ ଓ ବରିଷ୍ଠ ନାଗରିକ ପରିଷଦ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ବରିଷ୍ଠ ନାଗରିକ ପରିଷଦ ସଭାପତି ରମାକାନ୍ତ ନାୟକ ସଭାପତିତ୍ଵ କରିଥିବା ବେଳେ ଏହି ସଭାରେ ଅନ୍ୟ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରୁ ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ଅରୁଣ କୁମାର ମହାନ୍ତି, ଶିଶୁ ସାହିତ୍ୟିକ କୀର୍ତ୍ତନ ସାହୁ ଏବଂ ଅବସର ପୋଲିସ ମଙ୍ଗଳ ପରିଷଦ, ଭୁବନେଶ୍ଵରର ସୂର୍ଯ୍ୟମଣି ତ୍ରିପାଠୀ ସ୍ବର୍ଗତ ଆତ୍ମାଙ୍କର ନିଷ୍ଠା, ସମାଜସେବା ଓ କାର୍ଯ୍ୟଦକ୍ଷତା ବିଷୟରେ ଅବତାରଣା କରିଥିଲେ। ଏହି ସଭାରେ ପୂଜ୍ୟ ପୂଜା ସାଂସ୍କୃତିକ ପରିଷଦର କାର୍ଯକାରୀ ସମ୍ପାଦକ ରାମଚନ୍ଦ୍ର ଜେନା, ସାବିତ୍ରୀ ଦାସ, ରଘୁନାଥ ପଣ୍ଡିତ, ସାମ୍ବାଦିକ ରତିକାନ୍ତ ସାହୁ, ନିରାକାର ଦଳାଇ, ହରେକୃଷ୍ଣ ପାତ୍ର, ଶ୍ରୀନିବାସ ମିଶ୍ର, ଅଭିନ୍ନ ରଣା, ସତ୍ୟବ୍ରତ ରାମ୍ ଦିବଙ୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥଲେ। ଶିକ୍ଷାବିତ କନକଲତା ରାମ୍ ଏବଂ ରବିନ୍ଦ୍ର ପ୍ରସାଦ ଚାନ୍ଦ ସ୍ବରଚିତ କବିତାପାଠ କରିଥିଲେ।
ଏହି ସଭାକୁ ଅଶୋକ କୁମାର ସାହୁ ପରିଚାଳନା କରିବା ସହ ଅଶୋକ କୁମାର ରାଉତ, ମହିଳା କମିସନ ସଦସ୍ୟା ଅରତି ସିଂ, ପଦ୍ମନାଭ ପାତ୍ର ସନ୍ତୋଷ କୁମାର ସିହ୍ନା ପ୍ରମୁଖ ଯୋଗଦେଇଥିବା ବେଳେ ମିଶ୍ରଙ୍କର ସାନଭାଇ କିର୍ତ୍ତନ ବିହାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।