ନୂଆପଡା- ସମଗ୍ର ରାଜ୍ୟରେ ନୂଆପଡା ଜିଲ୍ଲା ଦାଦନ ସମସ୍ୟା ପାଇଁ ସ୍ବତନ୍ର ପରିଚୟ ପାଇଥିବା ବେଳେ ଦିଗତ ୪ ଦଶନ୍ଧି ମଧ୍ୟରେ ଏହି ଅଳର ବିକାଶ ପାଇଁ ଶତାଧିକ େଯାଜନ କାର୍ଯ୍ୟକାରୀ ହୋଇ କୋଟି କୋଟି ଟଙ୍କ ଖଚ୍ର୍ଚ ହୋଇ ଆସୁଛି ା କିନ୍ତୁ ସେସବୁର ବାସ୍ତବ ରୂପାୟନ ଆଜି ପର୍ଯ୍ୟନ୍ତ ହୋଇପାରି ନାହó ା ଫଳ ସ୍ବରୂପ ସାମାଜିକ ଅର୍ଥନୈତିକ ଦୃଷ୍ଟି କୋଣରୁ ଏହି ଜିଲ୍ଲା ମଧ୍ୟ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ବେଶ ଢେର ପଛରେ ପଡି ରହିଛି ା ସମସ୍ୟାର ସମାଧାନ ହୋଇ ପାରୁ ନାହó ା ଫଳରେ ଲୋକେ ବାଧ୍ୟ ହୋଇ ଦାଦନ ଖଟି ଯାଉଥିବା ଦେଖିବାକୁ ମିଲୁଛି ା ଦାଦନ ଶ୍ରମିକ ମାନେ ଅନେକ ସମୟରେ ଠିକାଦାର, ଦଲାଲ ହାବୁଡରେ ପଡି ଅବହେଳିତ, ଶୋଷିତ ଓ ଅତ୍ୟାଚାରିତ ହୋଇଛନ୍ତି ା ବର୍ଷ ବର୍ଷ ବିତି ଯାଉଥିଲେ ହେ ସେମାନଙ୍କର ସମସ୍ୟାର ସମାଧାନ ହୋଇପାରୁ ନାହó ା ଅନ୍ୟ ପକ୍ଷରେ ମଣିଷ ବେପାର କରୁଥିବା ଦଲାଲ, ଠିକାଦାର ମାନେ ମାଲେମାଲ ହେଉଛନ୍ତି ା ନୂଆପଡା ଜିଲ୍ଲାର ଖଡିଆଳ ବ୍ଲକରେ ମଧ୍ୟ ଦାଦନ ସମସ୍ୟା ଜିଲ୍ଲାର ଅନ୍ୟ ବ୍ଲକ ଭଳି ରହିଅଛି ା ଏହି ବ୍ଲକର କୋଣ ଅନୁକୋଣରୁ ଶହ ଶହ ଶ୍ରମିକ ମାନେ କେରଲ, ଆନ୍ଧ୍ରପ୍ରଦେଶ, ବାଙ୍ଗାଲୋର, ତାମିଲନାଡ଼ୁ, ସୁରତ ଓ ଛତିଶଗଡ଼ ରାଜ୍ୟର ଅନେକ ସ୍ଥାନର ଇଟାଭାଟି ମାନଙ୍କରେ କାମ କରିବାକୁ ଯାଉଥିବା ଦେଖôବାକୁ ମିଲୁଛି ା ଦାଦନ ସମସ୍ୟା ହେବାର ମୁଖ୍ୟ କାରଣ ହେଲା ଜିଲାରେ ଶତାଧିତ େଯାଜନା କାର୍ଯ୍ୟକାରୀ ହୋଇ ତାର ବ୍ୟାପକ ବାଟ ମାରଣା ହେବା ା ଏହି ଶ୍ରମିକ ବେପାରରେ ନେତା, ପୋଲିସ, ଅସାଧୁ କର୍ମଚାରୀ ଓ କୁଜି ନେତା ମାନଙ୍କ ଜାଣତରେ ହେଉଥିବା ସ୍ପଷ୍ଟ ହୋଇ ଆସୁଛି ା ହେଲେ ଦାଦନ ରୋକିବାରେ ଏହି େଯାଜନା ସବୁ ଜିଲ୍ଲା ପାଇଁ ଫେଲ ମାରୁଥିବା ଅଭିେଯାଗ ହେଉଛି ା ଜିଲାର ମହାନ ଗଣପର୍ବ ନୂଆଖାଇ ପରେ ଶ୍ରମିକ ଶ୍ରେଣୀର ଲୋକେ ଦାଦନ ଖଟି ଯିବା ପାଇଁ ଦଲାଲ ମାନଙ୍କ ଠାରୁ ଟଙ୍କା ବଇନା ନେଇଥାନ୍ତି ା ଚଳିତ ବର୍ଷ ବର୍ଷା ଅଭାବ ସାଙ୍ଗକୁ କାମ ଧନ୍ଦାର ଘୋର ଅଭାବ େଯାଗୁଁ ଖଡିଆଳ ବ୍ଲକର ଶହ ଶହ ଆଦିବାସୀ, ହରିଜନ ଓ ପଛୁଆ ବର୍ଗର ଲୋକେ ଦାଦନ ଖଟି ଯାଇଛନ୍ତି ା ଏକ ବେସରକାରୀ ସର୍ବେକ୍ଷଣରୁ ଜଣା ପଡିଛି େଯ ଗତ ସେପ୍ଝେମ୍ବର ୨୦୧୮ ରୁ ଡିସେମ୍ବର ୨୦୧୯ ମଧ୍ୟରେ ଖଡିଆଳ ବ୍ଲକର ୨୬ ଗୋଟି ପାୟତରୁ ମୋଟ ୪୫୪୬ ଜଣ ଶ୍ରମିକ ଦାଦନ ଖଟି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ୨୪୪୯, ମହିଳା ୧୮୦୧ ଏବଂ ନାବାଳକ, ନାବାଳିକା ସଂଖ୍ୟା ୨୯୬ ରହିଅଛି ା ଏମାନଙ୍କ ମଧ୍ୟରେ ଆଦିବାସୀ ସଂଖ୍ୟା ସର୍ବାଧିକ ୨୪୨୩ ରହିଥିବା ବେଳେ ହରିଜନ ଶ୍ରେଣୀର ୯୯୭, ଅନ୍ୟାନ୍ୟର ୮୩୦ ଜଣ ଦାଦନ ଖଟି ଯାଇଛନ୍ତି ା ଠିକ୍ ସେହିପରି ନୂଆପଡା ଜିଲ୍ଲାର ବୋଡେନ ଓ ସିନାପାଲି ବ୍ଲକର ଶତାଧିକ ଶ୍ରମିକ କାମ ଧନ୍ଦା ଅଭାବ େଯାଗୁଁ ଦାଦନ ଖଟିଯାଇଥିବା ଜଣାପଡିଛି ା ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଦାଦନ ସମସ୍ୟାର ସମାଧାନ କ୍ଷେତ୍ରରେ ଗୁରୁତ୍ବ ଦେବାକୁ ସାଧାରଣରେ ଦାବି ହେଉଛି ା