
ଚମ୍ପୁଆ, ସ୍ୱାମୀ,ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡାକୁ ନେଇ ଫୁଙ୍କ ନଳିରେ ବାଡେଇ ମାରିଥିଲା ସ୍ୱାମୀ। ଏହି ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୈରାଜଜ ଆସାମୀ ସ୍ବାମୀ କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣା ଅନୁସାରେ ଚମ୍ପୁଆ ଉପଖଣ୍ଡ ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ହନୁମାନ ମନ୍ଦିର ଛକ ଠାରେ ଝାରଖଣ୍ଡ ର କମଲେଶ ଯାଦବ ନାମକ ଜଣେ ଡ୍ରାଇଭର ସସ୍ତ୍ରିକ ରହୁଥିଲେ। ତେବେ ଗତ ୨୭/0୯/୨0୨0 ରିଖ ଦିନ କୌଣସି ଘରୋଇ କାରଣକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିବା ବେଳେ କମଲେଶ ଉତ୍ୟକ୍ତ ହୋଇ ନିଜ ସ୍ତ୍ରୀ ଶାନ୍ତି ଲୁଣ୍ଡାକୁ ଏକ ଫୁଙ୍କନଳୀ ଦ୍ୱାରା ମାଡ଼ ମାରିବା ଦ୍ୱାରା ଘଟଣାସ୍ଥଳରେ ଶାନ୍ତି ର ମୃତ୍ଯୁ ଘଟିଥିଲା। ଏ ସମ୍ପର୍କରେ ଶିନ୍ତି ର ଭାଇ ସୁଶୀଲ ଲୁଣ୍ଡା ଯୋଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ହତ୍ୟା କାରି ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ୩ ଜଣ ପ୍ରତ୍ୟକ୍ଷ ଦର୍ଶି ସାକ୍ଷୀଙ୍କ ସମେତ ମୋଟ ୧୬ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ ମାନ୍ୟବର ସରୋଜ କୁମାର ଦାସ ଅଭିଯୁକ୍ତ କମଲେଶ ଯାଦବ କୁ ୫ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଅର୍ଥ ଦଣ୍ଡ ରେ ଦଣ୍ଡିତ କରିଛନ୍ତି।