ଖୋର୍ଦ୍ଧା- ଖୋର୍ଦ୍ଧା ଜିଲ୍ଲା କାରାଗାରରେ କଏଦୀ ହାତାହାତି ଘଟଣାର ତଦନ୍ତ ଆରମ୍ଭ କରିଛି ଟାଉନ୍ ଥାନା ପୋଲିସ । ଘଟଣାର ତଦନ୍ତ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା କାରାଗାରରେ ପହଂଚିଛନ୍ତି ସଦର ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ୍ ଥାନା ଆଇଆଇସି ସଞ୍ଜୟ ନାୟକ । କଏଦୀଙ୍କ ଠାରୁ ମୋବାଇଲ୍ ମିଳିବା ଘଟଣାକୁ ନେଇ ପୋଲିସ ଇନଫର୍ମର ସନ୍ଦେହରେ ସମ୍ପୃକ୍ତ କଏଦୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ୭ ଜଣଙ୍କ ନାମରେ ଟାଉନ୍ ଥାନାରେ ଏତଲା ହୋଇଛି ।
ପ୍ରକାଶ ଥାଉକି, ଗତକାଲି ଅପରାହ୍ନରେ ଜିଲ୍ଲା କାରାଗାର ପରିସରରେ ଏହି ଘଟଣା ଘଟିଥିଲା ।