ରାୟଗଡ଼ା- ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲାଯାଇଛି । ଏହାକୁ ବିଧିବଦ୍ଧ ଭାବେ ଖୋଲାଯିବା ପରେ ଗଣତି ଆରମ୍ଭ ହୋଇଛି । ସ୍ଥାନୀୟ ତହସିଲଦାରଙ୍କ ତତ୍ଵାବଧାନ ଏବଂ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଟଙ୍କା ଗଣତି କାର୍ଯ୍ୟ ଚାଲିଛି । ୯ଟି ହୁଣ୍ଡିର ଦାନ ଅର୍ଥକୁ ଗଣାଯାଉଛି । ଏହି ଗଣତି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ମହିଳା ସ୍ଵେଚ୍ଛାସେବୀ । ଏହି ଟଙ୍କା ଗଣତି କାର୍ଯ୍ୟରେ ପ୍ରାୟ ୧୫୦ ଜଣ କର୍ମକର୍ତା ନିୟୋଜିତ ହୋଇଛନ୍ତି ।
ପ୍ରକାଶ ଥାଉକି, ଗତ ତିନି ମାସ ତଳେ ଦାନ ହୁଣ୍ଡି ଖୋଲା ଯାଇଥିଲା ।
Related Stories
November 21, 2024
November 21, 2024