କେନ୍ଦୁଝର– କେନ୍ଦୁଝର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଶାଳ ସିଂହ ୨୦୨୪ ନିର୍ବାଚନ ସଂପର୍କରେଜିଲ୍ଲାର ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ବୌଠକରେ ଜିଲ୍ଲପାଳ ଗାଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ଭୋଟରଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ନିର୍ବାଚନରେ ଦୁର୍ନିତି ରୋକିବା ଏବଂ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ କଠୋର ପଦକ୍ଷେପ କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହୋଇଥିଲା । ନିର୍ବଚନ ପ୍ରକ୍ରିୟାରେ ସ୍ଵଛତା ଏବଂ ଏବଂ ନିରପେକ୍ଷିତା ପ୍ରତି ପ୍ରଶାସନର ପ୍ରତିବଦ୍ଧତା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ନିର୍ବାଚନକୁ ସଫଳ କରିବା ପାଇିଂ ପ୍ରଶାସନ ଓ ରାଜନୈତିକ ଦଳଗୁଡିକ ମଧ୍ୟରେ ସହେଯାଗର ମହତ୍ଵ ଉପରେ ଆଲୋକପାତ କରିଥିଲେ । ଏବଂ ସମସ୍ତ ଅଂଶିଦାର ମାନଙ୍କୁ ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ବଜାୟ ରଖିବାକୁ ଅନୁରୋଧ କରିଥିଲେ । ଏହା ବ୍ୟତିତ ରାଜନୈତିକ ଦଳର ପ୍ରତିନିଧି ମାନେ ନିର୍ବାଚନ ପ୍ରକ୍ରିୟାରେ ସୃଷ୍ଟି ହେବାକୁ ଥିବା ସାମ୍ଭବ୍ୟ ଆହ୍ଵାନର ମୁକାବିଲା କରିବା କରିବା ଲାଗି ଗଠନମୂଳକ ଆଲୋଚନା, ବିଚାର ଆଦାନ ପ୍ରଦାନ ଏବଂ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳ ଦ୍ୱାରା ପ୍ରଦର୍ଶିତ ସୌହାର୍ଦ୍ୟପୁର୍ଣ୍ଣ ମନୋଭାବକୁ ପ୍ରଶଂସା କରିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସଫଳକରିବା ପାଇିଁ ସମସ୍ତଙ୍କ ମିଳିତ ଦାୟିତ୍ଵ ଉପରେ ଆଲୋକପାତ କରିଥିଲେ ।
ଏହି ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିବା ସହ ଗଠନମୂଳକ ଯୋଗାଦାନ ଦେଇଥିବାରୁ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଆରକ୍ଷୀ ଅଧିକ୍ଷକ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ଵ ଆରୋପ କରିଥିଲେ । ନିର୍ବାଚନର ବିଭିନ୍ନ ଦିଗ ଯଥା କର୍ମଚାରୀ ମୁତୟନ, ଜନଗହଳି ପରିଚାଳନା, ନିରୀକ୍ଷଣ ବ୍ୟବସ୍ଥା, ନିର୍ବାଚନରେ ହେଉଥିବା ଅନିୟମିତତା କୁ ରୋକିବା ଉପରେ ଆଲୋଚନା ହୋଇଥିଲା । ସମ୍ବେଦନଶୀଳ ଅଂଚଳରେ ପୋଲିସର ଉପସ୍ଥିତି ଅଧିକରୁ ଅଧିକ କରିବା, ଶାନ୍ତିପୁର୍ଣ୍ଣ ଭାବେ ରାଲି ଓ ସାଧାରଣ ସଭା ଆୟୋଜନ କରିବା ଏବଂ କୌଣସି ପ୍ରକାର ବିଶୃଙ୍ଖଳା କିମ୍ବା ବେଆଇନ ଘଟଣାକୁ ରୋକିବା ପାଇଁ ରଣନୀତି ପ୍ରସ୍ତତ କରାଯାଇଥିବା ପ୍ରକାଶ କରିଥିଲେ ।
ଏହି ବୈଠକରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରକାଶ ଚନ୍ଦ୍ର ସୁତ୍ରଧର, ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବିଜୟ କୁମାର ରଣା, ବିଜୁ ଜନତା ଦଳ ପକ୍ଷରୁ ଶୁଭେନ୍ଦୁ ପଟ୍ଟନାୟକ, ଆମ ଆଦମୀ ପାର୍ଟି ପକ୍ଷରୁ ଭବାନୀ ଶଙ୍କର ମହାପାତ୍ର, ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ସୋମନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।