କେନ୍ଦୁଝର– କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ନିର୍ବାଚନ ନିୟମ କଡାକଡି ଭାବେ ଲାଗୁ କରିବା ପାଇଁ ଜିଲ୍ଲାପାଳ ବିଶାଳ ସିଂହ ଆଭାସୀ ମାଧ୍ୟମରେ ଏକ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ଗଣତାନ୍ତ୍ରିକ ନୀତିକୁ ଅକ୍ଷୁର୍ଣ୍ଣ ରଖିବା ଏ ବଂ ସ୍ଵଛ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାର ପ୍ରତିବଦ୍ଧତା ଏକ ଅଂଶବିଶେଷ ଭାବରେ ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଭାରତ ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶାୀବଳୀକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ନିର୍ବାଚନ ସମୟରେ କର୍ତବ୍ୟ ସଂପାଦନରେ ସରକାରୀ ଅଧିକାରୀମାନେ ନିରପେକ୍ଷତା ଅବଲମ୍ବନ ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିବା ସହ ନିର୍ବାଚନ ନିୟମର ଉଲଘଂନକୁ ବରଦାସ୍ତ କରାଯିବ ନାହିଁ ଏବଂ ଏହାର ତ୍ବରିତ ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, ଜିଲିଲପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟକାରୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଡିପୁଟି କଲେକ୍ଟର, ନିର୍ବାଚନ ବିକାଶ ଚନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ପଦାଧିକାରୀ, ସମସ୍ତ ବ୍ଳକ, ତହସିଲ, ସମ୍ବଦ୍ଧିୟ ବିଭାଗୀ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।