ପୁରୀ– ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଭସାପୋଲ । ଏହି ଭସାପୋଲଟି ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିଲା । ଏହି ଭସାପୋଲରେ ୨ଟି ଚାରିଚକିଆ, ୨୦ଟି ମୋଟର ସାଇକେଲ ସମେତ ୪୦ ଜଣ ଯାତ୍ରୀ ଥିଲେ । ଭସାପୋଲରେ ଯାନ୍ତ୍ରିକ ତୃଟୀ ଯୋଗୁଁ ଏପରି ହୋଇଥିବା ଜଣାପଡିଛି । ଖୁବ୍ ଶୀଘ୍ର ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଂଚିବେ । ଭସାପୋଲରେ କଣ ଯାନ୍ତ୍ରିକ ତୃଟି ରହିଛି ଦେଖିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି।
Related Stories
November 21, 2024
November 21, 2024