ନୂଆଦିଲ୍ଲୀ,ନିର୍ବାଚନ କମିଶନ ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ପାଇଁ ମତଗଣନାର ତାରିଖରେ ପରିବର୍ତନ କରାଯିବା ନେଇ ଘୋଷଣା କରିଛନ୍ତି । ଏହି ରାଜ୍ୟ ମାନଙ୍କରେ ଭୋଟ ଗଣତି ଜୁନ 4 ତାରିଖ ପରିବର୍ତେ ଜୁନ 2 ତାରିଖ ଦିନ ହେବ ।
ନିର୍ବାଚନ କମିଶନଙ୍କ ପକ୍ଷରୁ କୁହା ଯାଇଛି ଯେ ଉଭୟ ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ଜୁନ ମାସ 2 ତାରିଖ ଦିନ ସମାପ୍ତ ହେଉଛି । ଏହାକୁ ଆଖି ଆଗରେ ରଖି ଏହି ପରିବର୍ତନ କରାଯାଇଛି । ବିଧାନସଭା କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ପୂରା କରାଯିବା ଜରୁରୀ ।