ଭୁବନେଶ୍ୱର– ବିଜେଡ଼ି ଓ ବିଜେପି ଦଳ ଓ ସରକାର ଶ୍ରମିକ କର୍ମଚାରୀ ବିରୋଧି । ପୁଞ୍ଜିିବିନିଯୋଗ ନାମରେ ଶ୍ରମିକ କର୍ମଚାରୀ କଂଗ୍ରେସ ଦଳ ସମୟରେ ମିଳିଥିବା ଅଧିକାରକୁ ଛିନ୍ନ କରି ବିଦେଶି ପୁଞ୍ଜିପତିମାନଙ୍କୁ ସାହାଯ୍ୟ କରୁଛନ୍ତି । ସାରା ଦେଶରେ ରାହୁଲ ଗାନ୍ଧୀ କଂଗ୍ରେସ ନେତା ପ୍ରଥମେ କାଶ୍ମିରୀ ରୁ କନ୍ୟାକୁମାରୀ ପଦଯାତ୍ରା ଓ ମଣିପୁର ଠାରୁ ମୁମ୍ବାଇ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରି ଶ୍ରମିକ, କୃଷକ, ଯୁବକ ମହିଳା ଓ ଦଳୀତ ମାନଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜାରି ରଖିଛନ୍ତି । ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆଜି ମୁମ୍ବାଇ ଠାରେ ସଂପୂର୍ଣ୍ଣ ହେବ । ସଂଯୁକ୍ତ କୃଷକ ଓ ଶ୍ରମିକ ମାନଙ୍କର ୧୪ ଦଫା ଦାବୀକୁ ଦୃଢ଼ ସମର୍ଥନ କରିଥିବାରୁ ସମସ୍ତ କେନ୍ଦ୍ର ଶ୍ରମିକ ସଂଗଠନ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସାରା ଭାରତରେ ୩.୪୯ ଲକ୍ଷ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ୨୨ ଲକ୍ଷ ୬୦ ସଭ୍ୟଙ୍କର ଆସ୍ଥା ଭାଜନ ହୋଇପାରିଛନ୍ତି । ଏଣୁ ଆଗାମୀ ନିର୍ବାଚନରେ ଶ୍ରମିକ କର୍ମଚାରୀ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାହୁଲ ଗାନ୍ଧୀ ଏବଂ ଖାର୍ଗେଙ୍କ ନେତୃତ୍ୱରେ କଂଗ୍ରେସ ଦଳକୁ ସମର୍ଥନ କରିବ ଏବଂ ଓଡ଼ିଶାରେ ବିଜେଡ଼ି ଓ ବିଜେପି ବିରୁଦ୍ଧରେ ସମସ୍ତ ଶ୍ରମିକ କର୍ମଚାରୀ ଭୋଟ ଦେବେ ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଂଟିଆ ସୂଚନା ଦେଇଛନ୍ତି ।
କଂଗ୍ରେସ ସରକାର ସମୟରେ ୪୪ ଟି ଶ୍ରମ ଆଇନ ହୋଇଥିଲା ଏବଂ ଠିକା ଶ୍ରମିକ ଆଇନ, ସର୍ବନିମ୍ନ ଆଇନ, ଦାଦନ ଶ୍ରମିକ, ଶିଶୁ ଶ୍ରମିକ ଆଇନ କାର୍ଯ୍ୟସ୍ଥଳରେ ଯୌନ ଅତ୍ୟାଚର ବିରୁଦ୍ଧ ଆଇନ ଖାଦ୍ୟ ନିରାପତା ଆଇନ, ସୂଚନା ଅଧିକାର ଓ ପଂଚାୟତରାଜ ଅଧିକାର ଆଇନ ହୋଇଥିଲା । ଯଦି ବିଜେପି ସରକାର ଶ୍ରମିକ କର୍ମଚାରୀ ଦଳୀତ ବର୍ଗଙ୍କ ପାଇଁ ଭାରତ ବର୍ଷର ସମ୍ବିଧାନ ସଂଶୋଧନ ପ୍ରଣୟନ କରି ସମାନ ମଜୁରୀ, ମାଗଣା ସ୍ୱାସ୍ଥ୍ର୍ୟ ଚିକିତ୍ସା, ୨୫ ଲକ୍ଷ ଟଙ୍କାର ବୀମା ଚିକିତ୍ସା ଓ ସାମାଜିକ ସୁରକ୍ଷା ଅଧିକାର ଦେବା ପାଇଁ ସମ୍ବିଧାନ ସଂଶୋଧନ କରିବା ପାଇଁ ଆମେ ଦାବୀ କରୁଛୁ ଏବଂ ବିଜେପି ଓ ବିଜେଡ଼ି ଉଭୟ ଶ୍ରମିକ କର୍ମଚାରୀଙ୍କ ଅଧିକାରକୁ ଛିନ୍ନ କରିଥିବାରୁ ତାଙ୍କ ବିରୁଦ୍ଧରେ ଭୋଟ ଦେବା ପାଇଁ ଏବଂ କଂଗ୍ରେସକୁ ଭୋଟ ଦେବା ପାଇଁ ଆମେ ଅନୁରୋଧ କରୁଛୁ । କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ ।