ନୂଆଦିଲ୍ଲୀ,ବୈଦେଶିକ ମନ୍ତ୍ରଣାଳୟ ଅହମଦାବାଦ ସ୍ଥିତ ଗୁଜରାତ ବିଶ୍ୱବିଦ୍ୟାଳୟର ଏକ ହୋଷ୍ଟେଲରେ ବିଦେଶୀ ଛାତ୍ର ସହ ମାରପିଟ ମାମଲାରେ ଗୁଜରାତ ସରକାରଙ୍କ ସହ ଯୋଗାଯୋଗରେ ଅଛି ।
ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜାୟସୱାଲ ରବିବାର ଦିନ କହିଛନ୍ତି ଯେ ଗୁଜରାତ ବିଶ୍ୱବିଦ୍ୟାଳୟରେ ଶନିବାର ଦିନ ହିଂସା ଘଟଣା ହୋଇଛି । ଗୁଜରାତ ସରକାର ଅପରାଧୀ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ହିଂସାରେ ଦୁଇ ଜଣ ବିଦେଶୀ ଛାତ୍ର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କୁ ଚିକିତ୍ସା ଓ ଉପଚାର ପରେ ହସପିଟାଲରୁ ଡିସଚାର୍ଜ କରି ଦିଆଯାଇଛି ।