ଜୟପୁର, ଚଳିତ ସାଧାରଣ ନିର୍ବାଚନକୁ ନେଇ ଆଜି କୋରାପୁଟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କୋରାପୁଟ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୨ ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ସହିତ ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ମେ ୧୩/୫/୨୪ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ଜୟପୁର ବିଧାନସଭା ଆସନ ପାଇଁ ସକାଳ ୭ ଟା ଘଟିକା ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବା ବେଳେ ଲକ୍ଷ୍ମୀପୁର,ପଟାଙ୍ଗୀ କୋଟପାଡ଼ରେ ସକାଳ ୭ ଟା ରୁ ଅପରାହ୍ନ ୪ ଘଟିକା ଯାଏଁ ମତଦାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଜୟପୁର ବିଧାନସଭା ଆସନରେ ପୋଲିଂ ପାର୍ଟି ଦିନକ ପୂର୍ବରୁ ବୁଥ୍ କୁ ଯିବାକୁ ରହିଥିବା ବେଳେ ଅନ୍ୟ ଚାରି ଗୋଟି ଆସନରେ ୨ ଦିନ ପୂର୍ବରୁ ବୁଥ୍ କୁ ଯିବାକୁ ନେଇ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। କୋରାପୁଟ ଜିଲ୍ଲାରେ ସର୍ବମୋଟ ୧୧୫୮ ବୁଥ୍ ରେ ସମସ୍ତ ଭୋଟର୍ ମାନେ କିପରି ସ୍ୱଚ୍ଛ,ମୁକ୍ତ, ନିରପେକ୍ଷ, ଶାନ୍ତି ଭାବରେ ଓ ନିଜ ଇଚ୍ଛାରେ ପ୍ରାର୍ଥୀ ଚୟନ କରିବା ପାଇଁ ଭୋଟ ଦେଇପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଭୋଟର୍ ବିଜ୍ଞପ୍ତି ତା- ୧୮/୪/୨୪ ରିଖ ଦିନ ପ୍ରକାଶ ପାଇବ। ନାମାଙ୍କନ ଶେଷ ତାରିଖ -୨୫/୪/୨୪ , ନାମାଙ୍କନ ଯାଞ୍ଚ୍ ତାରିଖ-
୨୬ /୪/୨୪ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ୨୯ /୪/୨୪ ଓ ମତଦାନ ବା ଭୋଟଦାନ ତାରିଖ ୧୩/୫/୨୪ ଏବଂ ଭୋଟ ଗଣତି ତାରିଖ ୪/୬/୨୪ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ଥିର କରାଯାଇଛି। ମତଦାତା ମାନେ ନିଜର ଭୋଟର ପରିଚୟପତ୍ର ସମେତ ଆଧାର କାର୍ଡ, ପାନ୍ କାର୍ଡ,ଡି. ଏଲ୍. ବ୍ୟାଙ୍କ୍ ପାସ୍ ବୁକ୍ ମଧ୍ୟରୁ ମୋଟ ୧୨ ଗୋଟି ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଦେଖାଇ ମତଦାନ କେନ୍ଦ୍ରକୁ ଯାଇ ନିଜର ମୂଲ୍ୟବାନ ଭୋଟ ଦେଇପାରିବେ। କୋରାପୁଟ ଜିଲ୍ଲାର ମୋଟ ଭୋଟର୍ ଙ୍କ ସଂଖ୍ୟା ୯୬୯୦୯୧ ସେଥିମଧ୍ୟରୁ ମହିଳା ଭୋଟର ସଂଖ୍ୟା ୫୦୦୪୦୫ ,(୮୫ ବର୍ଷରୁ ଉର୍ଦ୍ଧ) ୧୧୩୫୫,ରହିଥିବା ସୂଚନା ଦେଇଛନ୍ତି। ଜିଲ୍ଲାରେ ମହିଳା ମାନଙ୍କ ନିମନ୍ତେ ସଖୀ ମତଦାନ କେନ୍ଦ୍ର,ଓ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ମତଦାନ କେନ୍ଦ୍ର ଖୋଲାଯିବାକୁ ସ୍ଥିର କରାଯାଇଛି। ଜିଲ୍ଲାର ବୁଥ୍ ମାନଙ୍କରେ ୬୦ ପ୍ରତିଶତ ୱେବକାଷ୍ଟିଂ ସହିତ ଭିଡିଓ ଗ୍ରାଫି କରାଯିବା ନେଇ ମଧ୍ୟ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ସାଧାରଣ ବର୍ଗଙ୍କ ନିମନ୍ତେ ସି- ଭିଜିଲ ଆପ୍ ପୋର୍ଟାଲ ସୁବିଧା, ପ୍ରାର୍ଥୀ ଆଫିଡେଫିଡ୍ ପୋର୍ଟାଲ୍, ଭୋଟର୍ ସେବା ପୋର୍ଟାଲ, ଭୋଟର୍ ହେଲ୍ପଲାଇନ ଆପ୍,ସକ୍ଷମ ନିର୍ବାଚନ ପରିଚାଳନାରେ ଉପରୋକ୍ତ ଆଇଟି ଆପ୍ ଗୁଡିକ ବ୍ୟବହୃତ ହୋଇପାରିବ।ଏକ କାଳୀନ ନିର୍ବାଚନ ସହିତ ରାଜ୍ୟ ବିଧାନସଭା ଘୋଷଣା ହେବା ଦିନ ଠାରୁ ଆଚରଣବିଧି ଲାଗୁ ହୋଇଥିବା ସୂଚନା ଦେଇଛନ୍ତି। ଏହି ଆଚରଣ ସଂହିତାର ସମସ୍ତ ନିୟମ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ, ଏବଂ ଉଭୟ କେନ୍ଦ୍ର,ଓ ରାଜ୍ୟ ସରକାରଙ୍କ ପାଇଁ ଲାଗୁ କରାଯାଇଥିବା କୁହାଯାଇଛି। ଏହା ସହିତ ଆଦର୍ଶ ଆଚରଣ ସଂହିତାର ମାର୍ଗଦର୍ଶିକା ଗୁଡ଼ିକର କଡ଼ା କଡି ପାଳନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହାର ଯଦି ଉଲଂଘନ ହେଲେ ନିୟମ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ପାଳନ ଓ ତଦାରଖ ନିମନ୍ତେ ଏକ କଣ୍ଟ୍ରୋଲ ରୁମ୍ କରାଯାଇ ଥିବା ମଧ୍ୟ ସୂଚନା ଦେଇଛନ୍ତି।ଯଦି କୈାଣସି ଆପତ୍ତି ଅଭିଯୋଗ ଥିଲେ ୧୯୫୦ ନମ୍ବରେ ଯୋଗାଯୋଗ କରିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଜିର ଏହି ବୈଠକରେ କୋରାପୁଟ
ଜିଲ୍ଲାପାଳ କୀର୍ତ୍ତି ଭାସନ ଭି, କୋରାପୁଟ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନାକର୍ ଏଡିଏମ୍ ଲାଗାନ୍ ଜିତ୍ ରାଉତ୍,ସିଡିଓ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।