ଭୁବନେଶ୍ୱର– ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟୀ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଗତକାଲିର ବୈଠକରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସର୍ଟ ଲିଷ୍ଟ କରାଯାଇଛି । ଏହି ତାଲିକାକୁ ଦିଲ୍ଲୀ ପଠାଯିବ ଓ ଦିଲ୍ଲୀରୁ ପ୍ରାର୍ଥୀ ଘୋଷଣା କରାଯିବ ।
ସେ କହିଛନ୍ତି, ପୂରା ଦମ୍ରେ ଲଢ଼ିବା ପାଇଁ ଦଳ ପ୍ରସ୍ତୁତ ହୋଇଛି ।