ପୁରୀ- ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ଆଇନଜୀବୀ ରଜତ ପ୍ରତିହାରୀଙ୍କ ପରଲୋକ ଘଟିଛି । ମୁମ୍ବାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ସେ ପୂର୍ବତନ ବିଧାୟକ ଭଗବାନ ପ୍ରତିହାରୀଙ୍କ ଜୈଷ୍ଠ ପୁତ୍ର ଅଟନ୍ତି । ତାଙ୍କ ପାର୍ଥିବ ଶରୀର ପୁରୀ ଅଣାଯାଇ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡିଛି ।
ତାଙ୍କ ପୈତୃକ ଘର ପୁରୀ ସହରର ବାଲିସାହିରେ ଅବସ୍ଥିତ । ରଥଯାତ୍ରା ବୈଠକରେ ସ୍ଵର୍ଗତ ପ୍ରତିହାରୀ ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟା, ସହରର ସମସ୍ୟା ସମ୍ପର୍କରେ ସ୍ପଷ୍ଟ ଭାବେ ତାଙ୍କ ବକ୍ତବ୍ୟ ରଖୁଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସହରର ସବୁ ମହଲରେ ଶୋକର ଛାୟା ଖେଳିଯାଇଛି ।