କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ସହରରେ ସୁରକ୍ଷା ବଳ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ ପି ପିନାକ ମିଶ୍ର ଙ୍କ ନେତୃତ୍ୱରେ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ସିଂହ ଦ୍ଵାର ଠାରୁ ବାହାରି ଶ୍ରୀମନ୍ଦିର ଚତୁର୍ପାଶ୍ୱ ଓ ବଡଦାଣ୍ଡ ଦେଇ ଶରଧାବାଲି ପର୍ଯ୍ୟନ୍ତ ଯାଇଥିଲା।ନିର୍ବାଚନ ଅବ୍ୟବହିତ ପୂର୍ବରୁ ଶୃଙ୍ଖଳା ରକ୍ଷା ସହ ଲୋକ ମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି ଏହି ଫ୍ଲାଗ ମାର୍ଚ୍ଚ ର ଉଦ୍ଦେଶ୍ୟ।ଜିଲ୍ଲା ର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ସଶସ୍ତ୍ର ବାହିନୀ ଓ ପୋଲିସ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିବା ର କାର୍ଯ୍ୟକ୍ରମ ରହିଛି।ନିର୍ବାଚନ କୁ ମୁକ୍ତ,ଅବାଧ , ନିରପେକ୍ଷ ଓ ନିର୍ଭୀକ ଭାବେ ପରିଚାଳନା କରିବା ପ୍ରଶାସନ ର ଲକ୍ଷ୍ୟ।ଏଥିପାଇଁ ସମସ୍ତ ଉଦ୍ୟମ କରାଯାଉଛି।ତେଣୁ ସମସ୍ତ ଭୋଟର ସେମାନଙ୍କ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିବେକାନୁମୋଦିତ ଭାବେ ସାବ୍ୟସ୍ତ କରିବାକୁ ଜିଲ୍ଲାପାଳ ଓ ଏସ ପି ଅନୁରୋଧ କରିଛନ୍ତି।ଏହି ଫ୍ଲାଗ ମାର୍ଚ୍ଚ ରେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଅତିରିକ୍ତ ଏସ ପି ସୁଶୀଲ ମିଶ୍ର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନୀଷା ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।
Related Stories
November 24, 2024
November 24, 2024