
କେନ୍ଦୁଝର, ବସ୍ ସହ ଟ୍ରଲର ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣ ଆହତ ହୋଇଛନ୍ତି । ୫୨୦ ନଂ ଜାତୀୟ ରାଜପଥର ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଛକରେ ଆଜି ଏହି ଦୁର୍ଘଟଣା ଘଟିଛି । ଯୋଡ଼ାରୁ ବଡ଼ବିଲ ଅଭିମୁଖେ ଯାଉଥିବା ବସ୍ ରଙ୍ଗ୍ ସାଇଡ୍ ରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଯଦ୍ଵାରା ୧୦ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି ।