-
ନିୟୋଜିତ ହେବେ ୪୧ ଅଧିକାରୀ ଓ କର୍ମଚାରୀ, ୩୪ଟି ନୂତନ ପଦବୀ
ଭୁବନେଶ୍ୱର– ଭୁବନେଶ୍ୱର ସହରାଂଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଂଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଂଚଳ ଭାବେ ଗଢିଉଠୁଛି । ସେହି ଅଂଚଳରେ ଆଇଆଇଟି, ନାଲକୋ ଆର ଆଣ୍ଡ ଡି ସେଂଟର, ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି, ଜିଆଇଇଟି ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି । ଏହାସହିତ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମେଣ୍ଢାଶାଳରେ ଥିବା ପୋଲିସ ଆଉଟ ପୋଷ୍ଟକୁ ଏକ ଶିଳ୍ପାଂଚଳ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରିବାକୁ ନିଷ୍ପତି ନେଇଛନ୍ତି ।
ଏହି ନୂତନ ପୋଲିସ ଷ୍ଟେସନଟି ୧୫୦ ବର୍ଗ କିଲୋମିଟର ପରିମିତ ଏବଂ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଂଚଳରେ ୪ଟି ଗ୍ରାମ ପଂଚାୟତ ଏବଂ ବିଏମସିର ଗୋଟିଏ ୱାର୍ଡକୁ ଆଂଶିକ ଭାବେ ନେଇ କାର୍ଯ୍ୟ କରିବ ।
ଏଥିପାଇଁ ୩୪ଟି ନୂଆ ପଦବୀ ସୃଷ୍ଟି କରାଯିବ । ପୂର୍ବରୁ ଏହି ଆଉଟ ପୋଷ୍ଟରେ ୫ ଜଣ କର୍ମଚାରୀ ଅଛନ୍ତି ଏବଂ ୨ଟି ପଦବୀ ଏସ୍.ପି ପୋଲିସ ମୋଟର ଟ୍ରେନିଂ ସଂସ୍ଥାରୁ ନିୟୋଜିତ କରାଯିବ । ଏହିପରି ଏହି ଥାନାରେ ସମୁଦାୟ ୪୧ ଜଣ ଅଧିକାରୀ ଓ କର୍ମଚାରୀ ରହିବେ ।
ଏହି ୩୪ଟି ନୂତନ ପଦବୀ ଗୁଡିକ ହେଉଛି – ଗୋଟିଏ ଇନ୍ସପେକ୍ଟର, ୪ଟି ସବ୍ଇନ୍?ସିପେକ୍ଟର, ୬ଟି ଏ.ଏସ୍.ଆଇ, ୨ଟି ହାବିଲଦାର ଓ ୨୧ଟି କନେଷ୍ଟବଳ । ପୂର୍ବରୁ ଥିବା ୫ଟି ପଦବୀ ହେଉଛି – ଗୋଟିଏ ସବ୍ଇନ୍ସପେକ୍ଟର ଓ ୪ଟି କନେଷ୍ଟବଳ ।