
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଓସ୍ୱ।ନ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା।ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଗ୍ରୀଷ୍ମପ୍ରବାହ ର ମୁକାବିଲା ପାଇଁ ସମସ୍ତ ବିଭାଗ ବିଗତ ବର୍ଷ ମାନଙ୍କ ପରି ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ଜନସାଧାରଣ ଙ୍କୁ ସତର୍କ ଓ ସଚେତନ କରିବା ସହ ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ, ଶ୍ରମ ,ପରିବହନ, ପଶୁ ସମ୍ପଦ, କୃଷି ଇତ୍ୟାଦି ବିଭାଗ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସରକାର ଓ ଏସ ଆର ସି ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକା କୁ ସଠିକ ଭାବେ ଅନୁପାଳନ କରିବା,ପ୍ରତ୍ୟେକ ଚିକିତ୍ସାଳୟରେ ଅଂଶୁଘାତ ଚିକିତ୍ସା ବ୍ୟବସ୍ଥା ରଖିବା,ସମସ୍ତ ନଳକୂପ ମରାମତି,ଜଳଛତ୍ର ବ୍ୟବସ୍ଥା କରିବା, ପଶୁ ପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ପାତ୍ର ବ୍ୟବସ୍ଥା,ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି କେନ୍ଦ୍ର,ଯାତ୍ରୀ ପରିବହନ ଗାଡ଼ି ଓ ଶ୍ରମିକ ମାନଙ୍କ ପାଇଁ ଧାର୍ଯ୍ୟ ସମୟ ନିର୍ଘଣ୍ଟ କୁ ଅନୁପାଳନ କରିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ।ପଶୁ ପକ୍ଷୀ ମାନଙ୍କ ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଘର ନିକଟରେ ପାତ୍ରରେ ପାଣି ରଖିବା ବ୍ୟବସ୍ଥା, ଅତି ଆବଶ୍ୟକ ନ ହେଲେ ଖରାରେ ବାହାରକୁ ନ ବାହାରିବା, ଅତ୍ୟାବଶ୍ୟକ କ୍ଷେତ୍ରରେ ବାହାରକୁ ଯାଉଥିଲେ ପ୍ରଚୁର ପାଣି,ଦହି, ଲେମ୍ବୁ ପାଣି ଇତ୍ୟାଦି ପିଇବା ଓ ସାଥିରେ ନେବା, କଳା ଚଷମା ,ଟୋପି ଇତ୍ୟାଦି ବ୍ୟବହାର କରିବା,ଅଂଶୁଘାତ ର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସିତ ହେବାକୁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି। ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ଦିବା ୧୧ ରୁ ଅପରାହ୍ନ ୩.୩୦ ମିନିଟ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବା, କାର୍ଯ୍ୟ କ୍ଷେତ୍ରରେ ଛାଇର ବ୍ୟବସ୍ଥା କରିବା, ପାନୀୟ ବ୍ୟବସ୍ଥା କରିବା, ଓଆରଏସ ରଖିବା ଓ ଶ୍ରମିକ ମାନଙ୍କୁ ସଚେତନ କରାଇବା, ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ଗୁଡିକ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ପରିଚାଳିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ,ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ସିଡିଏମଓ ଡା ସୁଜାତା ମିଶ୍ର ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ଜିଲ୍ଲା ଜରୁରୀ ବିଭାଗ ଡେପୁଟି କଲେକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର ଗ୍ରୀଷ୍ମପ୍ରବାହ ର ଆକ୍ସନ ପ୍ଲାନ ଅନୁସାରେ ମୁକାବିଲା ପାଇଁ ଅନୁରୋଧ କରିଥିଲେ।ଆଭାସୀ ମାଧ୍ୟମରେ ପ୍ରତ୍ୟେକ ବ୍ଲକରେ ବିଡ଼ିଓ, ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ,ଅନ୍ୟାନ୍ୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗ ଦେଇଥିଲେ।