ଭୁବନେଶ୍ୱର – ଭୁଲ ରକ୍ତ ପାଇଁ ମହିଳା ରୋଗୀଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀଙ୍କୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ରାଜ୍ୟ ମାନବାଧିକାର କମିଶନର (ଓଏଚଆରସି) ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି କ୍ଷତିପୂରଣ ଆସନ୍ତା ୨ ମାସ ମଧ୍ୟରେ ଜମା କରିବା ଲାଗି ଓଏଚଆରସିଙ୍କ ପକ୍ଷରୁ କୁହାଯାଇଛି । ୨୦୧୬ ମସିହାରେ କେନ୍ଦୁଝର ସଦର ହସ୍ପିଟାଲରେ ସୁକାନ୍ତି ନାୟକ ନାମ୍ନୀ ମହିଳା ରୋଗୀଙ୍କୁ ଭୁଲ୍ ରକ୍ତ ଦିଆଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏସମ୍ପର୍କରେ ଖବର କାଗଜରେ ସମ୍ବାଦ ପ୍ରକାଶ ପାଇବା ପରେ କମିଶନ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲେ ।