ମାଲକାନଗିରି- ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ ରଙ୍ଗେଈ ପୁଷପଲ୍ଲୀ ଗ୍ରାମର ଭିନ୍ନକ୍ଷମ ଶଯ୍ୟାଶାୟୀ ବୃନ୍ଦା କବାସୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରୁ ଚିକିତ୍ସା ହୋଇ ଘରକୁ ଫେରିବା ସମୟରେ ସେ ନିଜର ଅଭିଯୋଗ ଜଣାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲା!ଗତକାଲି ଜିଲ୍ଲାପାଳ ସଚିନ୍ ପାୱାରଙ୍କୁ ଟେଲିଫାନ୍ ମେସେଜ୍ କରିବାପରେ ଆଜି ବ୍ୟକ୍ତିଗତଭାବେ ନିଜ ଭଉଣୀ ରୁକୁଣା (ଭିନ୍ନକ୍ଷମ) ସହ ମିଶିଥିଲା ବୃନ୍ଦା।
ଭାରତୀୟ ରେଡକ୍ରସ୍ ସୋସାଇଟି ର ସଦସ୍ୟ ରାମକୃଷ୍ଣ ଚୌଧୂରୀ ବୃନ୍ଦାସହ ଜିଲ୍ଲାପାଳ କାର୍ଯ୍ୟାଳୟରେ ଆଲୋଚନା ସମୟରେ ଉପସ୍ଥିତ ରହି ସମସ୍ତ ବିଷୟ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ!ଭିନ୍ନକ୍ଷମ ଦୁଇ ଭଉଣୀ ଘର ତିଆରି ନିମନ୍ତେ ଗତ ଜୁଲାଇ ମାସରୁ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ଉଭୟ ଭିନ୍ନକ୍ଷମ ହୋଇଥିବାରୁ ଘର ତିଆରି କାମ ଆରମ୍ଭ କରିପାରିନାହାନ୍ତି ।
ଉଭୟ ପିଣ୍ଢାରେ ରହି ରୋଷେଇ, ଖାଇବା ଓ ଶୋଇବା କାର୍ଯ୍ୟ କରୁଛନ୍ତି।
ଖରା, ବର୍ଷା ହେଉବା ଶୀତ ସବୁ ସେଇ ବାରଣ୍ଡାରେ କରିବାକୁ ପଡୁଛି, ଜିଲ୍ଲାପାଳ ତୁରନ୍ତ ଜିଲ୍ଲାପରିଷଦକୁ ଗୃହ ନିର୍ମାଣର ତଦନ୍ତ ନିମନ୍ତେ ମେସେଜ୍ କରିଥିଲେ ।
ସରକାରଙ୍କ ତରଫରୁ ମିଳିଥିବା ଠେଲା ଗାଡିଟିର ଚକ ନଷ୍ଟ ହୋଇଥିବା ବ୍ୟକ୍ତିଗତ ଭାବେ ଜିଲ୍ଲାପାଳ ଦେଖିଥିଲେ ଓ ତୁରନ୍ତ ଏକ ନୂତନ ଠେଲାଗାଡି ଯୋଗାଇଦେବାକୁ ସାମାଜିକ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।
ଉଭୟଙ୍କ ଭତ୍ତା ମିଶି ୧୨୦୦ଟଙ୍କା, ଯେଉଁଥିରେ ଚଳିବା ବହୁତ କଷ୍ଟହେଉଛି ଏଣୁ ବହୁତ ଦିନହେବ ବିଜୁଳି ବିଲ୍ଲ୍ ବନ୍ଧା ହୋଇପାରୁ ନାହିଁ, ଏହା ଜାଣିବାପରେ ଟାଟା ବିଦ୍ୟୁତ୍ ବିଭାଗକୁ ବିଲ୍ ଛାଡ ନିମନ୍ତେ ନିଜେ ଚିଠି କରିବେ ବୋଲି ଜିଲ୍ଲାପାଳ କହିଥିଲେ।
ଭିନ୍ନକ୍ଷମ ଭତ୍ତା ଓ ୩୫ କିଲୋ ଚାଉଳ ନିୟମିତ ମିଳୁ ନାହିଁ, ଏଣୁ କୋରକୁଣ୍ଡା ବି.ଡି.ଓ ଙ୍କୁ କହିଦେବେ ବୋଲି ଜିଲ୍ଲାପାଳ କହିଥିଲେ ଓ ଗ୍ରାମ, ପଞ୍ଚାୟତ ଠିକଣା ମାଗି ଟିପିଥିଲେ।
ବୃନ୍ଦା ନିଜକୁ ଆଉ ଅନାଥ ମନେ କରୁନାହିଁ, ଯେ ପର୍ଯ୍ୟନ୍ତ ଏପରି ସହୃଦୟ ଜିଲ୍ଲାପାଳ ମାଲକାନଗିରିରେ ରହିଛନ୍ତି ବୋଲି ଜିଲ୍ଲାପାଳଙ୍କୁ କହିଥିଲା ।
କିଛି ଭଲ ପ୍ରୋଟିନ୍ ଓ ଔଷଧ ନିମନ୍ତେ ଆର୍ଥିକ ସହଯୋଗ ନିମନ୍ତେ ମଧ୍ୟ ଜିଲ୍ଲାପାଳଙ୍କୁ କହିଥିଲା, ଜିଲ୍ଲାପାଳ ଏକ ଆବେଦନ ପତ୍ର ଦେଲେ ତାହା ଅନୁଯାୟୀ ଯଥାସମ୍ଭବ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ ।