କନ୍ଧମାଳ,ଓଡିଶା ସାମ୍ବାଦିକ ୟୁନିଅନ୍ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ସମେତ ଜିଲ୍ଲାର ଫିରିଙ୍ଗିଆ, ଖଜୁରୀପଡ଼ା ତୁମୁଡିବନ୍ଧ ଓ ବାଲିଗୁଡା ଆଦି ବ୍ଲକରେ, (ଓୟୁଜେ) ସଭାପତି ପ୍ରସନ୍ନ ମହାନ୍ତିଙ୍କ ଆହ୍ବାନରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିଅନ୍ (କେୟୁଜେ) ପକ୍ଷରୁ ସଭାପତି ଅଶୋକ କୁମାର ମହାନ୍ତି ଓ ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ବରେ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ସାମ୍ବାଦିକ ମାନଙ୍କୁ ପେନସନ୍ ପ୍ରଦାନ କରାଯିବା ସହ ସେମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ବିପଦର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଆଦି ମୁଖ୍ୟ ଦାବିରେ ଆଜିର ପ୍ରତିବାଦ ଦିବସ ପାଳିତ ହୋଇଯାଇଛି। ସାମ୍ବାଦିକ ମାନେ କଳା ବ୍ୟାଚ ପରିଧାନ ପୂର୍ବକ ଶୃଙ୍ଖଳା ସହ ଫୁଲବାଣୀ କୋର୍ଟ ଛକରୁ ବାହାରି ରାଜ୍ଯରେ ସାମ୍ବାଦିକ ମାନଙ୍କୁ ଅବସର ପରେ ପେନସନ୍ ପ୍ରଦାନ କରାଯିବା ଏବଂ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଦାବି ନେଇ ଗୋପବନ୍ଧୁ ଛକ ଠାରେ ପ୍ରତିବାଦ କରିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଏହି ଅବସରରେ କନ୍ଧମାଳ ସାମ୍ବାଦିକ ୟୁନିଅନ୍ (କେୟୁଜେ) ର ସହ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଉତ୍ତମ ଖମାରି, ସୁବ୍ରତ ମହାନ୍ତି, ଗୌର ବେହେରା, ହୁରୁଞ୍ଜନ ସେଠି, ବିରେନ୍ଦ୍ର କୁମାର ସୁବୁଦ୍ଧି, ମନୋଜ କୁମାର ସାହୁ, ଅନନ୍ତ ଦିଗାଲ, ସୁଧିର ମହାରଣା, କ୍ଷୀତୀଷ ମଲ୍ଲିକ, ବଳଦେବ ବେହେରା, ଶିବ ବିଶ୍ଵାଳ, ଗୋଲକ ବିହାରୀ କହଁର, ସଞ୍ଜୟ କୁମାର ସାହୁ, ଭ୍ରମରବର ନାୟକ, ସୁଶାନ୍ତ ଦିଗାଲ, ଅମ୍ବୁଜ ବେହେରା, ଶରତ ମିଶ୍ର, ମନୋଜ ଗୌଡ଼, ବିଦୁର ବେହେରା, ଶରତ ବେହେରା ପ୍ରମୁଖ ଯୋଗ ଦେଇଥିଲେ।