ଚମ୍ପୁଆ, ସରକାରଙ୍କ ଯୋଜନା ଉପରେ ଯୋଜନା ସବୁ ଫେଲ। ଯୋଜନା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉ ଥିବାବେଳେ ଠିକାଦାର ଓ ଅଧିକାରୀଙ୍କ ସଲା ସୁତୁରାରେ ନିମ୍ନ ମାନର କାମ ହୋଇ ଯୋଜନା ସବୁ ଫେଲ ମାରୁଥିବାରୁ ଏହାକୁ ନେଇ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଚମ୍ପୁଆ ବ୍ଲକ ଅନ୍ତର୍ଗତ ସାତହଳିଆ ପ୍ରାଥମିକ ବିଦ୍ୟାଳୟକୁ ଚମ୍ପୁଆ ବ୍ଲକ ସ୍ତରରୁ ଗତବର୍ଷ ଲକ୍ଷାଧିକ ଟଙ୍କା ଅନୁଦାନ ଦେଇ ବିଦ୍ୟାଳୟର ପାଚେରୀ ନିର୍ମାଣ କରାଯାଇଥିବା ବେଳେ ଉକ୍ତ ପାଚେରୀ ନିର୍ମାଣର ବର୍ଷେ ନ ପୁରୁଣୁ ପାଚେରୀ ଧସି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଭିତିରି ବୁଝାମଣାରେ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଅଭିଯୋଗ ଆଣିବା ସହିତ ଏହା ଉପରେ ଉଚ୍ଚ କର୍ତୃପକ୍ଷ ବିଧିବଦ୍ଧ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।
Related Stories
November 21, 2024
November 21, 2024