ଭବାନୀପାଟଣା, ଡି ଇ ଓ ଙ୍କ ସମ୍ମିଳନୀ କକ୍ଷରେ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ନର୍ଲା ବିଧାନସଭା କ୍ଷେତ୍ରର କେସିଙ୍ଗା, ନର୍ଲା, କର୍ଲ।ମୁଣ୍ଡା, ଓ ଏମ.ରାମପୁର ର ସମସ୍ତ ବି. ଡି. ଓ, ତହସିଲଦାର, ସିଡ଼ିପିଓ, ଯନ୍ତ୍ରୀ, ଜିଲ୍ଲା ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନଷ୍ଠିତ ହୋଇଯାଇଛି । ବୈଠକରେ ସି ଡି ଓ ,ଜିଲ୍ଲା ପରିଷଦ ଦୟାମୟ ପାଢ଼ୀ, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଦିଲ୍ଲୀପ ମହାରଣା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଆନନ୍ଦ ବର୍ଦ୍ଧନ ଗୁରୁ ପ୍ରମୁଖ ମଞ୍ଚାସିନ ଥିଲେ । ନର୍ଲା ବିଧାନସଭା କ୍ଷେତ୍ରରେ ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ବିଭିନ୍ନ ସ୍କିମରେ କରାଯାଇଥିବା ଉନ୍ନତିମୂଳକ କାର୍ଯ୍ୟ ର ପଦକ୍ଷେପ ନେଇଥିବା ସମସ୍ତ ଅଧିକାରୀ ଙ୍କୁ ଧନ୍ୟବାଦ୍ ଦେଇଥିଲେ । ବିଧାୟକ ଶ୍ରୀ ଭୂପିନ୍ଦର ସିଂ ମୁଖ୍ୟତଃ କୃଷି, ରବି ଚାଷ,ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ , ବିଦ୍ୟୁତିକରଣ, ସାମାଜିକ ସୁରକ୍ଷା, ଅବକାରୀ, ଜଙ୍ଗଲ, ରେଭିନ୍ୟୁ, ପୋଲିସ୍ ଉପରେ ସଂପୃକ୍ତ ଅଧିକାରୀଙ୍କୁ ନିଜ ବିଧାନସଭା କ୍ଷେତ୍ରର ବିଭିନ୍ନ ସମସ୍ୟା ଉପରେ ପ୍ରଶ୍ନ କରିଥିଲେ । ବିଶେଷତଃ ଆଗାମୀ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଯୋଗାଣ, ନିରବିଚ୍ଛିନ୍ନ ବିଦ୍ୟୁତ୍ ସରବରାହ ଉପରେ ଗୁରୁତ୍ବ ଦେବା ସଂଗେ ସଙ୍ଗେ ରାସ୍ତା ଓ ଗମନାଗମନର ସୁବିଧା ଉପରେ ଗୁରୁତ୍ବ ଦେଇ ଶୀଘ୍ର ପଦକ୍ଷେପ ନେବାକୁ ବିଭାଗୀୟ କର୍ତ୍ରୁପକ୍ଷଙ୍କୁ କହିଥିଲେ ।
ଏହି ବୈଠକ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସି ଏସ ଓ, ଏସ୍ ଇ ( ଆର୍ ଏଣ୍ଡ ବି) , ଇ. ଇ , ( ଆର୍. ଡି) , ଇ .ଇ ( ଏମ ଆଇ) , ଇ. ଇ ରେତ, ଇ .ଇ (ଇରି ଗେସନ୍), ଏସ.ଇ.(ଟି ପି ଡ଼ ବ୍ଲୁ ଡି ଏଲ୍), ଆର୍.ଟି.ଓ, ଅବକାରୀ ସି.ଡି.ପି.ଓ, ସି.ଡି.ଏ.ଓ, ଡି.ଡି.ଏଚ, ଡି.ଆଇ.ପି.ଆର୍.ଓ, ଡି.ଇ.ଓ, ଡି.ଏସ.ଏସ.ଓ, ସି.ଡି.ଏମ୍.ଓ ପ୍ରମୁଖ ଉପସ୍ଥିତ ଥିଲେ।