ଘଟଗାଁ, ସମାଜରେ ନିରନ୍ତର ଭାବେ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରି ଉତ୍କୃଷ୍ଟତା ବଜାୟ ରଖି ରାଜ୍ୟ ସରକାରଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିବା କାମାକ୍ଷା ପ୍ରସାଦ ମାଝୀ, ଏନ. ସନ୍ତୋଷ କୁମାର, କେଦାରନାଥ ସେନାପତି, ଏ. ଆର. ଖାନ, ରାମନାରାୟଣ ଦାଶ, ଝାସା ରଣା, ସମାଜସେବୀ ବୃନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ଜଣାଇଛନ୍ତି ଯେ, ରାଜ୍ୟରେ କାର୍ଯ୍ୟରତ ଓ ସରକାରଙ୍କ ଦ୍ଵାରା ସମ୍ବର୍ଦ୍ଧିତ ସମାଜସେବୀ ଗଣଙ୍କୁ ବିଜୁସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବା ସହିତ ପାଞ୍ଚ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା, ଦେଶର ବିଭିନ୍ନ ସେବା ସ୍ଥାନକୁ ଏକ୍ସପୋଜର ଟୁର ସୁବିଧା, ଏବଂ ଦୈନିକ ଗୁଜୁରାଣ ପାଇଁ ମାସିକ ଆର୍ଥିକ ସୁବିଧା ଯୋଗାଇଦେଇ ସେମାନଙ୍କ କାର୍ଯ୍ୟକୁ ସୁଗମ କରିବାକୁ ଅନୁରୋଧ କରିଛନ୍ତି। ଫାଇଭ-ଟି ଅଧ୍ୟକ୍ଷଙ୍କୁ ମଧ୍ୟ ନିବେଦନ କରି ଏହାର ତ୍ଵରିତ ସୁଵିଚାର ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଆଜୀବନ ସମାଜ ସେବାରେ ନିଃଶୁଳ୍କ ନିୟୋଜିତ ହୋଇ ରାଜ୍ୟରେ ପଚାଶରୁ ଉର୍ଧ୍ଵ ସମ୍ବର୍ଦ୍ଧିତ ସ୍ଵୀକୃତି ପ୍ରାପ୍ତ କାର୍ଯ୍ୟରତ ଅଛନ୍ତି।