ଭଦ୍ରକ, ଭଦ୍ରକ ନାଗରିକ ସୁରକ୍ଷା ମଂଚ ଓ ବରପଦା ବିକାଶ ମଂଚ ପକ୍ଷରୁ ଆଜି ଦିଆଯାଇଥିବା ୧୨ ଘଂଟିଆ ଭଦ୍ରକ ବନ୍ଦ ଡାକରା ବିଫଳ ହୋଇଛି । ବରପଦା ଇଞ୍ଜିନିୟରିଂ କଲେଜରୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ବରଖାସ୍ତ ଓ ବରପଦା ଇଞ୍ଜିନିୟରିଂ କଲେଜ ସୋସାଇଟି ଭଙ୍ଗ କରିବା ଦାବିରେ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିଲା । ପରବର୍ତି ସମୟରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ଏହାକୁ ସମର୍ଥନ କରିଥିଲେ । ମାତ୍ର ଆଜି ସକାଳେ କେବଳ ଭଦ୍ରକର ବରପଦା ଠାରେ ଥିବା ଇଞ୍ଜିନିୟରିଂ କଲେଜ ନିକଟରେ ଆନ୍ଦୋଳନକାରୀ ମାନେ କିଛି ସମୟ ଧରି ବନ୍ଦ ପାଳନ କରିଥିଲେ ମଧ୍ୟ ମୁଖ୍ୟତଃ ସହରରେ ଏହାର କୌଣସି ପ୍ରଭାବ ପଡିନଥିଲା । ସିଟି ଡିଏସପି ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ଵରେ ସଶସ୍ତ୍ର ପୋଲିସ ବାହିନୀ ବନ୍ତ ଛକରେ ସଜାଗ ରହିଥିଲେ ମଧ୍ୟ କିଛି ହାତ ଗଣତି ଆନ୍ଦୋଳନକାରୀ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । କିନ୍ତୁ, ବନ୍ଦ ର କୌଣସି ପ୍ରଭାବ ପଡିନଥିଲା । ଯାନବାହନ ଚଳାଚଳ ସ୍ଵାଭାବିକ୍ ରହିଥିବା ବେଳେ ଦୋକାନ ବଜାର ଓ ସରକାରୀ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିଥିଲା ।
Related Stories
November 21, 2024
November 21, 2024