ଭୁବନେଶ୍ୱର, ରାଜ୍ୟ ଶ୍ରମସଂସ୍ଥାନରେ ଗତକାଲି ଉଦ୍ଘାଟିତ ହୋଇଥିବା ଦକ୍ଷତା ସମ୍ପନ୍ନ ବାଷ୍ପୀୟ ପରିଚାରକମାନଙ୍କ ଦୁଇଦିନିଆ ତାଲିମ କର୍ମଶାଳାର ଆଜି ଥିଲା ଅନ୍ତିମ ଦିବସ । ରାଜ୍ୟରେ ଅବସ୍ଥାପିତ ବିଭିନ୍ନ ବାଷ୍ପୀୟ ପ୍ଲାଣ୍ଟଗୁଡିକର ଦୁର୍ଘଟଣାଶୂନ୍ୟ ଏବଂସୁରକ୍ଷିତ ପ୍ରଚାଳନ ଦାୟିତ୍ୱରେ ଥିବା ପଚାଶ ଜଣ ଦକ୍ଷତା ସମ୍ପନ୍ନ ପରିଚାରକ ଏଥିରେ ଅଂଶଗ୍ରହଣ କରିଥିଲେ ।କାରଖାନା ଏବଂ ବାଷ୍ପୀୟ ନିର୍ଦ୍ଦେଶାଳୟର ଅଭିଜ୍ଞ ଅଧିକାରୀ ଏବଂ ବାଷ୍ପୀୟ ପ୍ରଚାଳନରେ ନିପୁଣ ଏବଂଅଭିଜ୍ଞ ବାଷ୍ପୀୟ ଯନ୍ତ୍ରୀମାନଙ୍କ ଦ୍ୱାରା ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।
ଶ୍ରମ ବିଭାଗ କମିଶନର ତଥା ଶାସନ ସଚିବ ଏବଂ ସଂସ୍ଥାନ ଉପାଧ୍ୟକ୍ଷ ଶ୍ରୀଆର. ଏସ୍. ଗୋପାଳନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳ୍ପାୟନ ଭୟମୁକ୍ତ, ନିରାପଦ ଏବଂ ଦୁର୍ଘଟଣାଶୂନ୍ୟ କାର୍ଯ୍ୟସ୍ଥଳୀ ପ୍ରସ୍ତୁତି ବାଷ୍ପୀୟ ପ୍ରଚାଳନର ପାରଦର୍ଶିତା ଉପରେ ଅନେକାଂଶରେ ନିର୍ଭର କରୁ ଥିବାରୁ ପରିଚାରକମାନେ ଦକ୍ଷଏବଂ ଉପଯୁକ୍ତ ତାଲିମପ୍ରାପ୍ତ ହେବା ଅପରିହାର୍ଯ୍ୟ ବୋଲି ପ୍ରକାଶକରିଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ନୀତିରଂଜନ ସେନ୍ ଶିଳ୍ପାୟନରେ ଦୁର୍ଘଟଣା ହ ୍ରାସ ମନ୍ତେ ବିଭିନ୍ନ ଉପାଦେୟ ତାଲିମ କାର୍ଯ୍ୟକ୍ରମ ସମ୍ପାଦନ କରିବା ନିମନ୍ତେ ବିଭାଗ ଯୋଜନା କରୁଛି ବୋଲି ଉଲ୍ଲେଖକରିଥିଲେ ।
ଅନ୍ୟତମ ଅତିଥି କାରଖାନାଏବଂ ବାଷ୍ପୀତ୍ର ଉପନିର୍ଦ୍ଦେଶକ ସୁରକ୍ଷା ଡଃ ମଳୟକୁମାର ପ୍ରଧାନ ସଚେତନଏବଂ ପାରଦର୍ଶୀ ହେବା ଦ୍ୱାରା ଦୁର୍ଘଟଣାଶୂନ୍ୟ ଶିଳ୍ପାୟନ ସମ୍ଭବ ବୋଲି ପ୍ରକାଶକରିଥିଲେ ।
ପୂର୍ବରୁ ରାଜ୍ୟର ବିଭିନ୍ନ ବାଷ୍ପୀୟ ପ୍ଲାଣ୍ଟମାନଙ୍କ ରେ ନିୟୋଜିତ ୧୫୦ ଜଣ ଦକ୍ଷତାସମ୍ପନ୍ନ ପରିଚାରକ ତାଲିମପ୍ରାପ୍ତ ହୋଇସାରିଥିବାବେଳେଚଳିତ ଦୁଇଦିନିଆ କର୍ମଶାଳାର ଆଜି ଅନ୍ତିମ ଦିବସରେ ଅତିରିକ୍ତ ୫୦ ଜଣ ଦକ୍ଷତାସମ୍ପନ୍ନ ବାଷ୍ପୀୟ ପରିଚାରକ ଯୋଗଦେଇଥିଲେ ।