ଭୁବନେଶ୍ୱର – ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାପାଇଁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ଚିଠି ଲେଖିଛନ୍ତି । ରିପୋର୍ଟ ମିଳିବା ପରେ ଏହା ଉପରେ ତର୍ଜମା କରାଯିବ । ଏହାପରେ କ୍ଷତିପୂରଣ ଦିଆଯିବା ନେଇ ବିଚାର କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।