ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତରୁ ଭୁଟାନକୁ ପେଟ୍ରୋଲିୟମ, ତୈଳ, ଲୁବ୍ରିକାଣ୍ଟସ୍ (ପିଓଏଲ୍) ଏବଂ ଆନୁଷଙ୍ଗିକ ଉତ୍ପାଦର ସାଧାରଣ ଯୋଗାଣ ଉପରେ ଭାରତ ସରକାର ଏବଂ ଭୁଟାନର ରୟାଲ୍ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଅନୁମୋଦନ ମିଳିଛି ।
ବିଶେଷକରି ହାଇଡ୍ରୋକାର୍ବନ କ୍ଷେତ୍ରରେ କୌଣସି ଲିଙ୍ଗ, ବର୍ଗ କିମ୍ବା ଆୟ ଭେଦଭାବ ନିର୍ବିଶେଷରେ ଭୁଟାନ ସହିତ ଉନ୍ନତ ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଦ୍ୱାରା ଭାରତ ଏବଂ ଏହାର ନାଗରିକମାନଙ୍କୁ ଉପକୃତ କରିବା ଏହାର ଲକ୍ଷ୍ୟ ।