ଭୁବନେଶ୍ୱର – ଏଣିକି ଭୁବନେଶ୍ୱର ଉପକଣ୍ଠସ୍ଥ ଦାରୁଠେଙ୍ଗରେ ସହରରୁ ବାହାରୁଥିବା ଅଳିଆ ଆବର୍ଜନା ପଡିବ ନାହିଁ । ଏସମ୍ପର୍କରେ ବିଏମସି କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭୁବନେଶ୍ୱରରେ ୪୩ ଟି ମାଇକ୍ରୋ କମ୍ପୋଷ୍ଟିଂ ସେଂଟର କରାଯାଇଛି । ଏହାର ଟେଣ୍ଡର ହୋଇ ସାରିଛି । ୬ ରୁ ୮ ମାସ ମଧ୍ୟରେ ଏଗୁଡିକ କାର୍ଯ୍ୟକ୍ଷମ ହେବ । ବର୍ତମାନ ଦାରୁଠେଙ୍ଗରେ ପଡି ରହିଥିବା ଆବର୍ଜନା ଗୁଡିକୁ ବାୟୋ ମାଇନିଂ କରାଯାଇ ରିସାଇକ୍ଲିଂ କରାଯିବ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି ।