ଧର୍ମଶାଳା,ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ଧର୍ମଶାଳା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆଇଏନସି ସାଥୀ ଓ ନ୍ୟାୟ ଯୋଦ୍ଧା କାର୍ଯ୍ୟକ୍ରମ ସମ୍ପର୍କୀତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କିଶାନ ପଣ୍ଡାଙ୍କ ନେତୃତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ କମିଟି ସଭାପତି ମନୋଜ କୁମାର ରାଉତ ଯୋଗ ଦେଇ ଦଳର ଆଭିମୁଖ୍ୟ ସମ୍ପର୍କରେ କର୍ମୀମାନଙ୍କୁ ଅବଗତ କରାଇଥିଲେ । ଏଥି ସହିତ ଦଳ ପୂର୍ବରୁ ଅଭିଯୋଗ କରିଆସୁଥିଲା ବିଜେଡି-ବିଜେପି ମଧ୍ୟରେ ଥିବା ମଧୁଚନ୍ଦ୍ରୀକା ଏବେ ପଦାରେ ପଡିଯାଇଛି ବୋଲି କଟାକ୍ଷ କରି କହିଥିଲେ । ଆଗାମୀ ଦିନରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି କହିବା ସହ ଯାଜପୁର ଜିଲାରେ ଦଳ ଲଢେଇ ପାଇଁ ପ୍ରସ୍ତୁତ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ବସନ୍ତ ପରିଡା,ପ୍ରଫୁଲ୍ଲ ରାୟ,ଦୀପକ ବଳ,ଦେବାଶିଷ ପରିଡା,ସେକ୍ ଇକବାଲଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।