ମାଲକାନଗିରି– ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ମାଲକାନଗିରି ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଜେପିରେ ମିଶିଲେ ବିଜେଡି ବରିଷ୍ଠ ନେତା ଓ ଶତାଧିକ କର୍ମୀ। ବିଜେପି ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲଙ୍କ ଅଧକ୍ଷତାରେ ଆୟୋଜିତ ମିଶ୍ରଣ ପର୍ବରେ କିଛି ଦିନ ପୂର୍ବରେ ରାଜ୍ୟ କାର୍ଯ୍ୟାଳୟଠାରେ ମାଲକାନଗିରିର ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଢୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ଆଜି ତାଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସ୍ଵାଗତ କରାଯାଇଥିଲା।
ଏହି ଅବସରରେ ଉପସଭାପତି ସୁଭାଷ ପଡିଆମି ମନୋଜ ପାଢୀ, ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜୟ ସରକାର, ସମ୍ପାଦକ ସଜୁ ସରକାର, ବେଣୀ କାତ୍ତୁଲ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରତନ ବନିକ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ଶ୍ରୀ ସୋଢୀଙ୍କ ନେତୃତ୍ବ ରେ ଆସିଥିବା ତାଙ୍କର ସମର୍ଥକ ମାନଙ୍କୁ ବିଧିବଦ୍ଧ ଭାବରେ ବିଜେଡି ଛାଡି ବିଜେପିରେ ସାମିଲ କରାଇଥିଲେ । ଏହି ମିଶ୍ରଣ ପରେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ତୃଣମୂଳ ସ୍ତରରେ ବଳିଷ୍ଠ ହେଉଛି ଭାରତୀୟ ଜନତା ପାର୍ଟି।