ଘଟଗାଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ପ୍ରକ୍ରିୟାକୁ ଦେଶବାସୀ ଗ୍ରହଣ କରିଛନ୍ତି । ମୋଦି ଯାହା କହିଛନ୍ତି, ତାହା କରନ୍ତୁ । ଯେଉଁ କାର୍ଯ୍ୟର ଶିଳାନ୍ୟାସ କରନ୍ତି, ତାହାର ଉଦଘାଟନ ବି କରନ୍ତି । ମୋଦି ଆଜି ସାରା ଦେଶ ପାଇଁ ଗ୍ୟାରେଣ୍ଟି ପାଲଟି ଯାଇଛନ୍ତି । ଢେଙ୍କିକୋଟ ବିଜେପି ପକ୍ଷରୁ ସ୍ଥାନୀୟ ହାଟପଡ଼ିଆ ଠାରେ ଆୟୋଜିତ ମୋଦି ଗ୍ୟାରେଣ୍ଟି ସମାବେଶରେ ଯୋଗଦେଇ ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଯଜ୍ଞ ପ୍ରସାଦ ଏହା କହିଛନ୍ତି । ପୂର୍ବତନ ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ଯଜ୍ଞ ପ୍ରସାଦ ଆହୁରି କହିଥିଲେ, ବିଧାୟକ ବଦ୍ରି ପାତ୍ରଙ୍କ ନେତୃତ୍ଵରେ ନିର୍ବାଚନ ମଣ୍ଡଳୀରେ ଅରାଜକତା ବଢ଼ିଛି । ଦୁର୍ନୀତି ଓ ଭ୍ରଷ୍ଟାଚାର ସୀମା ଟପିଛି । ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟା ଘଟଣାର ୫ ଜଣ ଦୋଷୀଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ଏମାନେ ସବୁ ବିଜେଡି ଓ ବଦ୍ରି ବାବୁଙ୍କ ପ୍ରମୁଖ ଲୋକ ବୋଲି ଶ୍ରୀ ପ୍ରସାଦ କହିଛନ୍ତି । ବିଜେଡି ରକ୍ତର ହୋଲି ଖେଳ ଓ ଗରିବ ଲୋକଙ୍କୁ ଶୋଷଣ କରୁଥିବା ସେ କହିଛନ୍ତି ।
ଏହି ସମାବେଶରେ ବରିଷ୍ଠ ନେତା ରାଜେନ୍ଦ୍ର ପଟ୍ଟନାୟକ, ସରପଞ୍ଚ ମୁକୁନ୍ଦ ମୁଣ୍ଡା, ଆନନ୍ଦ ମହାନ୍ତ, ତ୍ରିନାଥ ମହାରଣା, ତୀର୍ଥ ବାରିକ, ନବ ବେହେରା, ଚୁଡ଼ଙ୍ଗ ନାୟକ, ମହେଶ୍ଵର ପାତ୍ର, ସରୋଜ ପଣ୍ଡା, ଅଜୟ ପଣ୍ଡା, ପ୍ରଶାନ୍ତ ଗିରି, ସଦାନନ୍ଦ ମହାନ୍ତ, ବିଷ୍ଣୁନନ୍ଦ ବେହେରା, ହୃଷୀକେଶ ମହାକୁଡ, ମଳୟ ନାୟକ, ଗୋଲକ ବଳ ପ୍ରମୁଖ ମଞ୍ଚାସିନ ରହିଥିଲେ । ଶରତ ବେଜ, ମକରଧ୍ବଜ ବେହେରା, ଗୋବିନ୍ଦ ମହାନ୍ତ, ରତିକାନ୍ତ ବେହେରା, ପ୍ରଶାନ୍ତ ଗିରି, ପ୍ରଶାନ୍ତ ସିଂ, କୈଳାସ ନାୟକ, ଲାଲମୋହନ ମହାରଣା, ସୁଶାନ୍ତ ଦେହୁରୀ, ସୁବାସ ନାୟକ, ଗଣେଶ କୁମାର ବେଜ, ଶିବ କୁମାର ନାୟକ, କାହ୍ନୁ ଚରଣ ମହାରଣା, ବଳଭଦ୍ର ଗୌରାଙ୍ଗ ମହାକୁଡ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଏହି ସମାବେଶରେ ଢେଙ୍କିକୋଟ ଜୋନର ୧୦ଟି ପଞ୍ଚାୟତରୁ ଶହ ଶହ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ ।