ନୂଆଦିଲ୍ଲୀ, ଇଲେକ୍ଟୋରାଲ ବଣ୍ଡକୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି ଏସବିଆଇ । ଷ୍ଟେଟବ୍ୟାଙ୍କର ସିଏମଡି ଦିନେଶ ଖାରା ନିର୍ବାଚନୀ ବଣ୍ଡକୁ ନେଇ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରାଯାଇଛି ।
ସତ୍ୟପାଠରେ କୁହାଯାଇଛି ଯେ, 2019 ଏପ୍ରିଲ 1ରୁ 2019 ଏପ୍ରିଲ 11 ଯାଏ 3346ଟି ନିର୍ବାଚନୀ ବଣ୍ଡ କ୍ରୟ ହୋଇଛି ଏବଂ 2019 ଏପ୍ରିଲ 12ରୁ 2024 ଫେବୃୟାରୀ 15 ଯାଏ, 18,872ଟି ବଣ୍ଡ କିଣାଯାଇଛି । ସତ୍ୟପାଠରେ କୁହାଯାଇଛି ଯେ, ପ୍ରାୟ 22217 ଇଲେକ୍ଟୋରାଲ ବଣ୍ଡ କ୍ରୟ ହୋଇଛି, ଯେଉଁଥିରୁ 22030 ଇଲେକ୍ଟୋରାଲ ବଣ୍ଡ କ୍ୟାସ କରାଯାଇଛି । ଷ୍ଟେଟ ବ୍ୟାଙ୍କ କହିଛନ୍ତି ଯେ, ରାଜନୈତିକ ଦଳ ଦ୍ୱାରା ଯେଉଁ ବଣ୍ହକୁ କ୍ୟାସ କରାଯାଇନାହିଁ, ତାକୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରେ ଜମା କରିଦିଆଯାଇଛି ।