ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ‘ଇଣ୍ଡିୟାଜ ଟେକେଡ- ଚିପ୍ନ ଫର୍ ବିକଶିତ ଭାରତ’ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାୟ 1.25ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଂଡକ୍ଟର ସୁବିଧା ପାଇଁ ଭିସି ଜରିଆରେ ଶିଳାନ୍ୟାସ କରିଛନ୍ତି ।
ସେମିକଂଡକ୍ଟରକୁ ଭବିଷ୍ୟତର ବିକାଶର ଦ୍ୱାର ବୋଲି କହି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିର ନିର୍ଣ୍ଣୟ ଓ ନୀତି ଆମକୁ ଭବିଷ୍ୟତରେ ରଣନୈତିକ ଲାଭ ଦେବ । 21ତମ ଶତାବ୍ଦୀ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସଂଚାଳିତ ଅଟେ । ଇଲେକ୍ଟୋନିକ ଚିପ୍ସ ବିନା ଦୁନିଆର କଳ୍ପନା କରିହେବନି । ‘ମେଡ୍ ଇନ୍ ଇଣ୍ଡିଆ’ ଓ ଡିଜାଇନ୍ ଇନ୍ ଇଣ୍ଡିଆ ଚିପ୍ ଭାରତକୁ ନୂଆ ଉପଲବ୍ଧି ହାସଲ କରିବାରେ ସହାୟତା କରିବ । ଆତ୍ମନିର୍ଭରତାରେ ଏକ ମାଇଲଷ୍ଟୋନ ହାସଲ କରିବାରେ ଏହା ସହଯୋଗ କରିବ ।