ଭଦ୍ରକ – ଏହି ଜିଲାର ତିହିଡି ବ୍ଲକ୍ ଆରସା ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ମଦ୍ୟପ ବ୍ଲକ୍ ସମବାୟ ସଂପ୍ରସାରଣ ଅଧିକାରୀ (ସିଇଓ)ଙ୍କ ଉନ୍ମୁକ୍ତ କାଣ୍ଡ ଲୋକଙ୍କ ମଧ୍ଯରେ ପ୍ରତିକ୍ରିୟା ସୃଷ୍ଟି କରିଛି। ବିଗତ କିଛିଦିନ ହେଲା ଚାଷୀଙ୍କ ଧାନ ଲିଫ୍ଝିଂକୁ କେନ୍ଦ୍ର କରି ଏହି ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିନେଇ କେତେକ ଚାଷୀ ବାରମ୍ବାର ଅଭିେଯାଗ କରିଆସୁଥିଲେ ମଧ୍ଯ ସୁଫଳ ମିଳୁନଥିଲା। ଚାଷୀ ତଥା ବୋର୍ଡ ଡାଇରେକ୍ଝର କୈଳାସ ରାଉତ ଅପରାହ୍ନ ପ୍ରାୟ ୪ଟା ସମୟରେ ଏ ସଂପର୍କରେ ସମିତି ସଂପାଦକଙ୍କୁ ପଚାରିବାକୁ ଯାଇଥିଲେ। ମାତ୍ର ସେ ଅନୁପସ୍ଥିତ ଥିବା ହେତୁ ସହ ସଂପାଦକଙ୍କ ସହିତ ଆଲୋଚନା କରୁଥିବାବେଳେ ସିଇଓ ସଂଜୟ ଦାସ ଘଟଣାସ୍ଥଳରେ ପହôଥିଲେ। କୈଳାସ ଧାନଦେବା ଲାଗି ଟୋକନ୍ କଣ ପାଇଁ ମିଳୁନାହó ବୋଲି ସିଇଓଙ୍କୁ ପଚାରିଥିଲେ। ଏଥିରେ ସେ ଉତ୍କ୍ଷିପ୍ତ ହୋଇ ‘ତମେ ସରକାରଙ୍କୁ ପଚାର’ ବୋଲି ବେଧଡକ ଉର ଫେରାଇଥିଲେ। ଏହି କଥାକୁ ନେଇ ପରସ୍ପରଙ୍କ ମଧ୍ଯରେ ଉଚ୍ଚବାସ ହୋଇଥିଲା। ପରେ ସିଇଓ ଶ୍ରୀ ଦାସ ତାଙ୍କ ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ ପୂର୍ବକ ମାଡ ମାରି ତଳେ ପକାଇ ଦେଇଥିଲେ। ସେ ତଳେ ପଡିଯାଇ ଚିକôାର କରୁଥିବାବେଳେ ଅନ୍ୟ ଚାଷୀମାନେ ଆସି ତାଙ୍କୁ ଉଠାଇଥିଲେ। ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସିଇଓ କିଛି ସମୟ ଧରି ଉକ୍ତ କାର୍ଯ୍ୟାଳୟରେ ମଦ ପିଇ ଏଭଳି କାଣ୍ଡ କରିଥିବାର ସାଧାରଣରେ ଚଚ୍ର୍ଚା ଜୋର ଧରିଥିଲା। କେତେକ ଲୋକ ତାଙ୍କର ଏଭଳି କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ତାଙ୍କୁ ବାନ୍ଧିରଖ ବୋଲି ଡାକ ଦେଇଥିଲେ। ପରେ ଖବର ପାଇ ସରପ ତଥା କୈଳାସ ରାଉତଙ୍କ ଭାଇ କୀର୍ନ ଘଟଣା ସ୍ଥଳରେ ପହô ପରିସ୍ଥିତିକୁ ମୁକାବିଲା କରିବା ସହିତ ସିଇଓଙ୍କୁ ଏକ ଘରେ ବସାଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହô ଶତାଧିକ ଉ୍ୟକ୍ତ ଲୋକଙ୍କ ମଧ୍ଯରୁ ସିଇଓଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଏ ନେଇ କୈଳାସ ରାଉତ ଥାନାରେ ଏକ ଏତଲା ଦେବା ସହ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଥାନାର ଦ୍ବାରସ୍ଥ ହୋଇଛନ୍ତି। ତେବେ ଜଣେ ମର୍ଯ୍ୟାଦା ସଂପନ୍ନ ପଦବୀ ତଥା ଚାଷୀ ଓ ସମିତି ମଧ୍ଯରେ ସମନ୍ବୟ ରକ୍ଷା କରିବା ଲାଗି ନିୟୋଜିତ ଏହି ସରକାରୀ ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟକ୍ରମକୁ ସାଧାରଣରେ ନିନ୍ଦା କରିଛନ୍ତି।
Related Stories
November 25, 2024