-
ହାଇକୋର୍ଟ ଓସେପାର ମେରିଟ୍ ଲିଷ୍ଟ କଲେ ଖାରଜ
ଭୁବନେଶ୍ୱର, କନିଷ୍ଠ ଶିକ୍ଷକ ଚୟନ ଅନିୟମିତା ମାମଲାରେ ଶୁଣାଣି କରି ହାଇକୋର୍ଟ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଦ୍ବାରା ପ୍ରସ୍ତୁତ ମେରିଟ୍ ଲିଷ୍ଟକୁ ଖାରଜ କରିଛନ୍ତି । ନିଯୁକ୍ତି ସର୍ତ୍ତାବଳୀ ଅନୁସାରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମେଧା ତାଲିକା ନିୟମ ଉଲ୍ଲଂଘନ କରି ପ୍ରସ୍ତୁତ କରାଯାଇଥିବା ଓ ଗଣଶିକ୍ଷା ବିଭାଗର ମୂଳ ନିଯୁକ୍ତି ବିଜ୍ଞପ୍ତିରେ ଥିବା ସର୍ତ୍ତାବଳୀକୁ ପାଳନ କରାଯାଇ ନ ଥିବା ନେଇ ଅଭିଯୋଗ ହୋଇଥିଲା।