ଭୁବନେଶ୍ୱର, ମିଡ଼ିଆରେ ହେଉଛି ମେଣ୍ଟ ଚର୍ଚ୍ଚା । ଆମ ପାଖକୁ ମେଣ୍ଟ ଚର୍ଚ୍ଚା ଆସିନାହିଁ । ରାଜ୍ୟ ସଭାପତି ଏବଂ ପ୍ରଭାରୀ ଏ ସଂପର୍କରେ ଯାହା କହିବା କଥା କହି ସାରିଛନ୍ତି । ବିଜେପି – ବିଜେଡ଼ି ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି ।
ସେ କହିଛନ୍ତି, ବିଜେପିର ଆଭ୍ୟନ୍ତରୀଣ ଗଣତନ୍ତ୍ର ହିସାବରେ, ଶୀର୍ଷ ନେତା କହି ସରିଲା ପରେ ମୁଁ କହିବାର କିଛି ମାନେ ନାହିଁ । ଶୀର୍ଷ ନେତୃତ୍ବ ନିଷ୍ପତି ନେଇ ସରିଲା ପରେ କିଛି କହି ହେବ । ମିଡ଼ିଆ ହିଁ ଦ୍ଵନ୍ଦ ସୃଷ୍ଟି କରୁଛି । ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଘରେ ବିଧାୟକ ମାନଙ୍କ ବୈଠକ ହେଉନଥିଲା, କେବଳ ଅନୌପଚାରିକ କଥା ବାର୍ତ୍ତା ହେଉଥିଲା ବୋଲି ସେ କହିଛନ୍ତି ।