ଭୁବନେଶ୍ୱର, 2019ରେ ସିଏଏ ଆଇନ ଆସିବା ପରେ ଗତକାଲି ଏହାକୁ ଲାଗୁ କରାଯାଇଛି । ସିଏଏ ଲାଗୁ କରିଥିବା କାରଣରୁ ରାଜ୍ୟ ବିଜେପି ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ।
ବିଧାୟକ ଅରବିନ୍ଦ ଢାଲୀ ଏ ସମ୍ପର୍କରେ କହିଛନ୍ତି, ବଙ୍ଗଳାଦେଶ, ପାକିସ୍ତାନ, ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଳ୍ପ ସଂଖ୍ୟକ ମାନେ ନାଗରିକତ୍ବ ପାଇବେ । ସେମାନେ ଆଗରୁ ଭାରତରେ ନାଗରିକତ୍ବ ପାଉନଥିଲେ । ସେମାନେ ଆଗରୁ ନିଜକୁ ସୁରକ୍ଷିତ ମନେ କରୁନଥିଲେ । ହିନ୍ଦୁ, ଖ୍ରୀଷ୍ଟିଆନ, ବୌଧ, ଜୈନ୍ୟ, ଶିଖ ମାନେ ନାଗରିକତ୍ବ ପାରିବେ । 2014 ପୂର୍ବରୁ ଯେଉଁମାନେ ଭାରତକୁ ଆସିଛନ୍ତି, ସେମାନେ ନାଗରିକତ୍ବ ପାଇବେ ।